ମେଡିସିନରେ ସ୍ବାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ,୩।୧୦: ସ୍ବିଡେନର ସ୍ବାନ୍ତେ ପାବୋଙ୍କୁ ଫିଜିଓଲୋଜି କିମ୍ବା ମେଡିସିନ୍‌ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ବିଲୁପ୍ତ ହୋମିନିନର ଜିନୋମ ଏବଂ ମାନବ ବିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଭାବରେ ନୋବେଲ ପୁରସ୍କାରକୁ ବିବେଚନା କରାଯାଏ। ଏହାକୁ ସ୍ବିଡେନର କରୋଲିନସ୍କା ଇନଷ୍ଟିଚ୍ୟୁଟର ନୋବେଲ ଆସେମ୍ବଲି ଦ୍ୱାରା ପ୍ରଦାନ କରାଯାଇଥାଏ।
ପୁରସ୍କାର ଘୋଷଣା କରି ନୋବେଲ ପୁରସ୍କାର କମିଟି କହିଛି, ତାଙ୍କର ଅଗ୍ରଗାମୀ ଅନୁସନ୍ଧାନ ମାଧ୍ୟମରେ ସ୍ବାନ୍ତେ ପାବୋ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା ଅସମ୍ଭବ ମନେହୁଏ। ତାଙ୍କ ଅନୁସନ୍ଧାନ ଏକ ନୂତନ ବୈଜ୍ଞାନିକ ଶୃଙ୍ଖଳା, ପାଲୋଜେନୋମିକ୍ସକୁ ଜନ୍ମ ଦେଇଛି ବୋଲି ବିବୃତ୍ତିରେ କୁହାଯାଇଛି।
ଏହି ଘୋଷଣା ପରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଅକ୍ଟୋବର ୪, ଅକ୍ଟୋବର ୫ରେ ରସାୟନ ବିଜ୍ଞାନ ଏବଂ ଅକ୍ଟୋବର ୬ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଅକ୍ଟୋବର ୭ ନୋବେଲ ଶାନ୍ତି ପୁରସ୍କାର ଏବଂ ଅକ୍ଟୋବର ୧୦ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ।

Share