ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟୋକ୍‌ହୋମ୍‌,୫।୧୦: ବୁଧବାର ରୟାଲ ସ୍ବିଡିଶ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ରସାୟନ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନରେ କାରୋଲାଇନ୍‌ ଆର. ବେର୍ଟୋଜି ମୋର୍ଟେନ ମେଲଡାଲ ଏବଂ କେ ବାରି ସାର୍ପଲେସ୍‌ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ରସାୟନ ଓ ବାୟୋଅର୍ଥଗୋନାଲ କେମେଷ୍ଟ୍ରୀର ବିକାଶ ପାଇଁ ନୋବେଲ ବିଜେତାମାନେ ଉଲ୍ଲେଖନୀୟ ଗବେଷଣା କରିଛନ୍ତି।

ସୂଚନାଯୋଗ୍ୟ, କାରୋଲାଇନ୍‌ ଆର. ଆମେରିକାର ନାଗରିକ, ବେର୍ଟୋଜି ମୋର୍ଟେନ ମେଲଡାଲ ଡେନ୍‌ମାର୍କର ଏବଂ କେ ବାରି ସାର୍ପଲେସ୍‌ ଆମେରିକାର ନାଗରିକ। ବେର୍ଟୋଜି ଅଷ୍ଟମ ମହିଳା ଭାବେ ନୋବେଲ ପାଇଁ ବିବେଚିତ ହୋଇଛନ୍ତି। ସେହିପରି ସାର୍ପଲେସ୍‌ ୫ମ ବୈଜ୍ଞାନିକ ଭାବେ ୨ଟି ନୋବେଲ ପାଇଁ ବିବେଚିତ ହୋଇଛନ୍ତି।

Share