ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ,୬ ।୧୦: ପଦାର୍ଥ ବିଜ୍ଞାନରେ ୨୦୨୦ ବର୍ଷ ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ରୋଜର ପେନରୋଜ, ରିନହାର୍ଡ ଗେନଜେଲ ଓ ଆଣ୍ଡ୍ରିୟା ଗେଜଙ୍କୁ ମିଳିତ ଭାବେ ଏହି ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ ନୋବେଲ ଇତିହାସରେ ସବୁଠାରୁ ଛୋଟ ପାର୍ଟିକିଲଠାରୁ ମହାକାଶର ରହସ୍ୟକୁ ଖୋଜିବା ପର୍ଯ୍ୟନ୍ତ ବୈଜ୍ଞାନିକଙ୍କୁ ସମ୍ମାନୀତ କରାଯାଇଛି । ରୋଜର ପେନରୋଜ କହିଥିଲେ ବ୍ଲାକ ହୋଲ ଫର୍ମେଶନରେ ଜେନରାଲ ଥିଓରି ଅଫ୍ ରିଲେଟିଭିଟିକୁ ପ୍ରେଡିକ୍ଟ କରାଯାଇ ପାରିବ । ଏହାସହ ରିନହାର୍ଡ ଗେନଜେଲ ଓ ଆଣ୍ଡ୍ରିୟା ଗାଲାକ୍ସିର କେନ୍ଦ୍ରରେ ଥିବା ବିଶାଳ ଦ୍ରବ୍ୟମାନ ବା ସୁପରମାସିଭର କମ୍ପ୍ୟାକ୍ଟ ଅବଜେକ୍ଟର ସନ୍ଧାନ କରିଥିଲେ । ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନସେସ୍‌ର ସେକ୍ରେଟାରୀ ଜେନରାଲ ହୋରାନ ହେନସନ ଏହି ପୁରସ୍କାରର ଘୋଷଣା କରିଛନ୍ତି । ବିଜେତାଙ୍କୁ ଗୋଲ୍ଡ ମେଡାଲ ସହ ୧୧ଲକ୍ଷ ଡଲାରରୁ ଅଧିକ କ୍ୟାଶ ପ୍ରାଇଜ ଦିଆଯାଇଥାଏ ।

Share