ଚିକିତ୍ସାରେ ଡାଭିଡ୍‌-ଆର୍ଡେନଙ୍କୁ ନୋବେଲ…

ଓ୍ବାଶିଂଟନ,୪।୧୦: ଚିକିତ୍ସାରେ ୨୦୨୧ ବର୍ଷ ପାଇଁ ଡାଭିଡ୍‌ ଜୁଲିୟସ୍‌ ଏବଂ ଆର୍ଡନ ପାଟାପୋର୍ଟିୟନଙ୍କୁ ପ୍ରଦାନ କରାଯିବା ଲାଗି ଘୋଷଣା କରାଯାଇଛି। ଏହି ଦୁଇ ଗବେଷକଙ୍କୁ ଶରୀରରେ ତାପମାତ୍ରା ଚାପ ଏବଂ ଯନ୍ତ୍ରଣା ସୃଷ୍ଟିକାରୀ ରେସେପ୍‌ଟର ପାଇଁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଡାଭିଡ୍‌ ଏବଂ ଆର୍ଡେନ ଉଭୟ ଆମେରିକାର ନାଗରିକ।
ତାପମାତ୍ରା, ଯନ୍ତ୍ରଣା, ଚାପ ପ୍ରଭୃତିକୁ ଅନୁଭବ କରି ହୋଇଥାଏ। ତେବେ ଏସବୁ ଉପରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ। ଡାଭିଡ୍‌ ଏବଂ ଆର୍ଡେନ ଯନ୍ତ୍ରଣାକୁ ଅନୁଭବ କରି ହେଉ୍‌ଥିବା ରେସେପ୍‌ଟରକୁ ଚିହ୍ନଟ କରିଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ଶାରୀରିକ ସମସ୍ୟା ଏବଂ ମର୍ମାହତ ସମୟରେ ମିଳୁଥିବା ଯନ୍ତ୍ରଣାର ଲାଘବ କରାଯାଇ ପାରିବ।
ଡାଭିଡ୍‌ ୟୁନିଭରସିଟି ଅଫ୍‌ କାଲିଫର୍ନିଆରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବାବେଳେ ଆର୍ଡେନ ଲା ଜୋଲାର କ୍ରିପ୍ସ୍‌ ଇନଷ୍ଟିଚ୍ୟୁଟରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି।

Share