ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ, ୩।୧୦: ପଦାର୍ଥ ବିଜ୍ଞାନର ନୋବେଲ ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି। ଏଥର ୩ ଜଣଙ୍କୁ ଏହି ସମ୍ମାନ ଦିଆଯାଇଛି। ପିୟରେ ଆଗୋଷ୍ଟିନି, ଫେରେନ୍ସ କ୍ରୁଜ ଏବଂ ଆନି ଏଲ. ହୁଇଲିୟରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ, ତିନି ଜଣ ପଦାର୍ଥରେ ଇଲେକ୍ଟ୍ରୋନ ଗତିଶୀଳତା ଅଧ୍ୟୟନ ପାଇଁ ପରୀକ୍ଷାମୂଳକ ପଦ୍ଧତି ଗ୍ରହଣ କରିଥିଲେ।

Share