ପଦାର୍ଥ ବିଜ୍ଞାନରେ ନୋବେଲ ଜିତିଲେ ଜନ୍ ହୋପଫିଲଡ ଓ ଜିଓଫ୍ରେ ହିଣ୍ଟନ

ନୂଆଦିଲ୍ଲୀ,୮।୧୦: ଆମେରିକୀୟ ବୈଜ୍ଞାନିକ ଜନ୍ ହୋପଫିଲ୍ଡ ଏବଂ ବ୍ରିଟେନ-କାନାଡିୟ ବୈଜ୍ଞାନିକ ଜିଓଫ୍ରେ ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି। ଏହି ଦୁଇ ବୈଜ୍ଞାନିକ ମେଶିନ୍ ଲର୍ଣିଂର ମୂଳଦୁଆ ପକାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଏବଂ ଉଦ୍ଭାବନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।

କୁତ୍ରିମ ବୁଦ୍ଧିମତାର ଗ୍ରାଣ୍ଡଫାଦର ବୋଲି ବିବେଚନା କରାଯାଏ। ଗୁଗଲ୍ ରୁ ସେ ଚାକିରି ଛାଡିବା ସମୟର ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା। ତେବେ ସେ ଆବିଷ୍କାର କରିଥିବା କୁତ୍ରିମ ବୁଦ୍ଧିମତା ସମାଜ ଉପରେ କିପରି ଏହାର ନକାରାତ୍ମକ ପ୍ରଭାବ ପକାଇବ ସେ କହିଥିଲେ।

ନୋବେଲ ପୁରସ୍କାର ଘୋଷଣା ପରେ କାଲିଫର୍ଣ୍ଣିଆର ଏକ ହୋଟେଲରୁ ନୋବେଲ ସାମ୍ବାଦିକ ସମ୍ମିଳନୀରେ ଫୋନ ମାଧ୍ୟମରେ ହିଣ୍ଟନ କହିଛନ୍ତି, ”ଆମଠାରୁ ଅଧିକ ଚତୁର ଜିନିଷ କ’ଣ ହୋଇପାରେ ତାହା ଉପରେ ଆମର କୌଣସି ଅଭିଜ୍ଞତା ନାହିଁ।”

ତେବେ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ଏହା ଅନେକ କ୍ଷେତ୍ରରେ ଚମତ୍କାର ହେବ ବୋଲି ହିଣ୍ଟନ୍ କହିଛନ୍ତି। “କିନ୍ତୁ ଆମକୁ ଅନେକ ସମ୍ଭାବ୍ୟ ଖରାପ ପରିଣାମ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡିବ। ବିଶେଷ କରି ଏହି ଜିନିଷଗୁଡିକ ନିୟନ୍ତ୍ରଣ ବାହାରକୁ ଆସିବାର ଆଶଙ୍କା।”

ସେହିପରି ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ୯୧ ବର୍ଷୀୟ ପ୍ରଫେସର ହୋପଫିଲ୍ଡ ଏକ ଆସୋସିଏଟିଭ୍ ମେମୋରୀ ସୃଷ୍ଟି କରିଛନ୍ତି ଯାହା ଚିତ୍ର ଏବଂ ଅନ୍ୟାନ୍ୟ ପ୍ରକାରର ଢାଞ୍ଚାଗୁଡ଼ିକୁ ତଥ୍ୟରେ ସଂରକ୍ଷଣ ଏବଂ ପୁନଃନିର୍ମାଣ କରିପାରିବ ବୋଲି ପୁରସ୍କାର ପ୍ରଦାନ କରୁଥିବା ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ କହିଛି।

Share