ନୋବେଲ ବିଜୟୀ ଅର୍ଥନୀତିଜ୍ଞଙ୍କୁ ଜେଲ

ଢାକା,୨।୧(ପି.ଟି.): ବାଂଲାଦେଶର ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଡ. ମହମ୍ମଦ ୟୁନୁସ୍‌ଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ଅଦାଲତ ସୋମବାର ଦୋଷୀସାବ୍ୟସ୍ତ କରିବା ସହ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟରେ ୟୁନୁସ୍‌ଙ୍କୁ ଜେଲ ପଠାଯାଇଥିବା ତାଙ୍କ ସମର୍ଥକମାନେ କହିଛନ୍ତି। ଦାରିଦ୍ର୍ୟ ନିରାକରଣ ଅଭିଯାନ ଏବଂ ନିଜର ଗ୍ରାମୀଣ ବ୍ୟାଙ୍କ ଜରିଆରେ ବାଂଲାଦେଶକୁ ମାଇକ୍ରୋକ୍ରେଡିଟ୍‌ର ଜନ୍ମସ୍ଥାନର ପରିଚୟ ଦେଇଥିବାରୁ ୮୩ ବର୍ଷୀୟ ଅର୍ଥନୀତିଜ୍ଞ ୨୦୦୬ରେ ନୋବେଲ ପୁରସ୍କାର ପାଇଥିଲେ। ସେ ୧୯୮୩ରେ ଉକ୍ତ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରାମୀଣ ଟେଲିକମ୍‌ରେ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରାଯାଇ ନ ଥିବାରୁ ୟୁନୁସ୍‌ ଓ ତାଙ୍କର ୩ ସହକର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗ୍ରାମୀଣ ଟେଲିକମ୍‌ର ଅଧ୍ୟକ୍ଷ ଭାବେ ଶ୍ରମ ଆଇନର ଉଲ୍ଲଂଘନ ନିମନ୍ତେ ତୃତୀୟ ଶ୍ରମ ଅଦାଲତର ବିଚାରପତି ଶେଖ୍‌ ମେରିନା ସୁଲ୍‌ତାନା ୟୁନୁସ୍‌ଙ୍କ ସମେତ ୪ ଜଣଙ୍କୁ ୬ ମାସ ଲେଖାଏ ଜେଲଦଣ୍ଡ ଓ ୨୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।

Share