ଟୋକିଓ, ୨୦।୧: ଛୋଟ ପିଲାଙ୍କ ପ୍ରିୟ ଧାରାବାହିକ ଡୋରେମନ୍ରେ ନଟ୍ଖଟ୍ ବାଳକ ନୋବିତା ଏବେ ବାଲ୍ୟବାନ୍ଧବୀ ଶିଜୁକାଙ୍କୁ ବିବାହ କରିବେ। ଏହାକୁ ନେଇ ଡୋରେମନ୍ ଦେଖୁଥିବା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। କେତେକ ଇମୋଶନାଲ ହୋଇପଡ଼ିଛନ୍ତି। ନୋବିତା ଘରେ ରହୁଥିବା ରୋବୋଟିକ୍ ମେଲ୍ କ୍ୟାଟ୍ ଏବେ ନୂଆ ଫିଲ୍ମରେ ନୂଆ ଅଭିନୟ କରିବ। ଷ୍ଟାଣ୍ଡ୍ ବାଏ ମି ଡୋରେମନ୍-୨ ଧାରାବାହିକରେ ନୋବିତା ଏବଂ ଶିଜୁକା ବିବାହ ବନ୍ଧନରେ ବାନ୍ଧି ହେବା ସହିତ କାହାଣୀକୁ ଆଗକୁ ନେବା ପାଇଁ ନିର୍ମାତା ଫୁଜିଓ ଫୁଜିଓ ପକ୍ଷରୁ ଉଦ୍ୟମ କରାଯାଇଛି। ୨୦୨୦ ନଭେମ୍ବରରେ ଷ୍ଟାଣ୍ଡ୍ ବାଏ ମି ଡୋରେମନ୍-୨ ରିଲିଜ୍ ହୋଇସାରିଛି। ୨୦୨୧ ଫେବୃୟାରୀରେ ଏହା ଇଣ୍ଡୋନେସିଆରେ ରିଲିଜ୍ ହେବ। ସିବିଆଇ ପିକଚରର୍ସ ପକ୍ଷରୁ ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ପ୍ରଦାନ କରାଯାଇଛି। ଏବେ ଏହା ସୋସିଆଲ୍ ମିଡ଼ିଆରେ ଟପ୍ ଟ୍ରେଣ୍ଡ୍ ପାଲଟିଛି।