Posted inଜାତୀୟ

ମୋଦିଙ୍କ ବିବାଦୀୟ ମନ୍ତବ୍ୟ: ଫିଲ୍ମ ପୂର୍ବରୁ ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ…

ନୂଆଦିଲ୍ଲୀ,୩0ା୫: ଲୋକ ସଭା ନିର୍ବାଚନ ଶେଷ ହେବାକୁ ବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ୍‌କାରରେ ପୂର୍ବର କଂଗ୍ରେସ ସରକାରଗୁଡ଼ିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଗାନ୍ଧିଜୀ ଜଣେ ମହାନ୍‌ ଆତ୍ମା ଥିଲେ। ଗତ ୭୫ ବର୍ଷ ମଧ୍ୟରେ ତାଙ୍କୁ ସେଭଳି ବୈଶ୍ୱିକ ସ୍ବୀକୃତି ପ୍ରଦାନ କରାଇବା କ’ଣ ଆମ ଉତ୍ତରଦାୟିତ୍ୱ ନ ଥିଲା? ତାଙ୍କୁ କେହି ଜାଣି ନ ଥିଲେ, ଦୟାକରି କ୍ଷମା କରନ୍ତୁ। ୧୯୮୨ରେ ତାଙ୍କ ଉପରେ ପ୍ରଥମ ଫିଲ୍ମ ନିର୍ମାଣ କରାଯାଇଥିଲା। ତା’ ପରେ ଗାନ୍ଧିଜୀ କିଏ ବୋଲି ବିଶ୍ୱବାସୀଙ୍କ ମନରେ ଜିଜ୍ଞାସା ସୃଷ୍ଟି ହୋଇଥିଲା। ଯାହା ଆବଶ୍ୟକ ଥିଲା, ତାହା ଆମେ କରି ନ ଥିଲେ। ଯଦି ବିଶ୍ୱ ମାର୍ଟିନ୍‌ ଲୁଥର କିଙ୍ଗ୍‌ ଓ ନେଲସନ୍‌ ମଣ୍ଡେଲାଙ୍କୁ ଜାଣିଥିଲା; ଗାନ୍ଧୀ ସେମାନଙ୍କଠାରୁ କିଛି କମ୍‌ ନ ଥିଲେ। ଏକଥା ସ୍ବୀକାର କରିବାକୁ ପଡ଼ିବ। ସାରା ବିଶ୍ୱ ଭ୍ରମଣ କରିବା ପରେ ମୁଁ ଏ କଥା କହୁଛି, ଭାରତ ତାଙ୍କୁ ସ୍ବୀକୃତି ଦେବା ଉଚିତ ଥିଲା ବୋଲି ମୋଦି କହିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ନାଥୁରାମ ଗଡ୍‌ସେଙ୍କ ବୈଚାରିକ ଉତ୍ତରାଧିକାରୀମାନେ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ। ସେମାନେ ବାପୁଙ୍କ ପଥକୁ ଅନୁସରଣ କରନ୍ତି ନାହିଁ। ଏବେ ସେମାନଙ୍କୁ ଗଣ୍ଠିଲିରେ ନିଜ ମିଛକୁ ବାନ୍ଧି ଫେରିଯିବାକୁ ପଡ଼ିବ।

ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରି ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ୍ସ’ରେ ରାହୁଲ ଲେଖିଛନ୍ତି, କେବଳ ‘ସମଗ୍ର ରାଜନୀତି ବିଜ୍ଞାନ’ର ଜଣେ ଛାତ୍ର ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ଫିଲ୍ମକୁ ଦେଖିବା ଉଚିତ। ଭାଜପା ଟୁଇଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କଳାରେ ସ୍ନାତକୋତ୍ତର ଡିଗ୍ରୀ ପ୍ରମାଣପତ୍ରର ଅବତାରଣା କରି ରାହୁଲ ଏପରି ତାଚ୍ଛଲ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ଡିଗ୍ରୀଗୁଡ଼ିକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାର୍ବଜନୀନ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ (ବିଏ) ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର (ଏମ୍‌ଏ)। ପ୍ରକାଶ ଯେ, ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଏକ ବିତର୍କିତ ବିଷୟ ରହିଆସିଛି।

ଅତୀତରେ ରାହୁଲ ଏହି ପ୍ରସଙ୍ଗରେ ମୋଦିଙ୍କୁ ସମାଲୋଚନା କରିଆସିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଅରବିନ୍ଦ କେଜ୍‌ରିଓ୍ବାଲ ଓ ସଞ୍ଜୟ ସିଂ ଶିକ୍ଷାଗତ ଯୋଗ୍ୟତା କଥା ଉଠାଇ ମାନହାନି ମାମଲାରେ ଛନ୍ଦି ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମୋଦିଙ୍କ ଡିଗ୍ରୀ ସାର୍ଟିଫିକେଟଗୁଡ଼ିକୁ ଦେବା ଆବଶ୍ୟକ ନୁହେଁ ବୋଲି ୨୦୨୩ ମାର୍ଚ୍ଚରେ ଗୁଜରାଟ ହାଇକୋର୍ଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ମିରଠ ପରି ସ୍ୱାମୀଙ୍କୁ ‘ଡ୍ରମ୍’ରେ ପ୍ୟାକ୍ କରିବାକୁ ଧମକ ଦେଲେ ମହିଳା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୩୧।୩: ଉତ୍ତର ପ୍ରଦେଶର ଗୋଣ୍ଡାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଶରୀରର କାଟି ଡ୍ରମ୍‌ରେ ପ୍ୟାକ୍ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ମିରଠରେ...

ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ: ଛତିଶଗଡ଼ ହାଇକୋର୍ଟ

ବିଳାସପୁର,୩୧।୩: ଜଣେ ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ କାରଣ ଏହା ସମ୍ବିଧାନର ଧାରା ୨୧ କୁ ଉଲ୍ଲଂଘନ କରେ, ଯାହା ଜୀବନ...

RSS ସହ ମୋଦିଙ୍କର ନାହିଁ ଭଲ ସମ୍ପର୍କ? ସଂଘର ଏହି ନେତା କହିଲେ…

ନାଗପୁର,୩୧।୩: ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର (୩୦ ମାର୍ଚ୍ଚ) ନରେନ୍ଦ୍ର ମୋଦି ନାଗପୁରରେ ରାଷ୍ଟ୍ରୀୟ...

ଔରଙ୍ଗଜେବଙ୍କ ସମାଧି ବିବାଦ ଉପରେ ରାଜ ଠାକରେ ବୟାନ: ହ୍ୱାଟ୍ସଆପ୍‌ରେ ଇତିହାସ ପଢ଼ନ୍ତୁ ନାହିଁ

ନୂଆଦିଲ୍ଲୀ,୩୧।୩: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ରବିବାର ଔରଙ୍ଗଜେବଙ୍କ ସମାଧି ଉପରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସକୁ ନିନ୍ଦା କରିଛନ୍ତି।...

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

‘ଗୋଟିଏ ପୃଥିବୀ, ଗୋଟିଏ ସ୍ବାସ୍ଥ୍ୟ ପାଇଁ ଯୋଗ’, ଯୋଗ ୨୦୨୫ର ଥିମ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଘୋଷଣା କରିଛନ୍ତି ଯେ ଏହି ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ...

କିଏ ସେହି ନିଧି ତିଓ୍ବାରୀ, ଯିଏ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଇଭେଟ ସେକ୍ରେଟାରୀ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା...

Eid Ul Fitr 2025: ଇଦ ଉପଲକ୍ଷେ ମୁସଲମାନ ଭାଇଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୩୧।୩: ଇଦ-ଉଲ-ଫିତରକୁ ଇସଲାମର ସବୁଠାରୁ ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପବିତ୍ର ରମଜାନ ମାସ ପରେ ପାଳନ କରାଯାଏ। ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image