ଏହି ବଲିଉଡ୍‌ ଷ୍ଟାରଙ୍କ ସିକ୍ରେଟ୍‌ କେହି ଜାଣି ନ ଥିବେ

ମୁମ୍ବାଇ: ବଲିଉଡ୍‌ ଷ୍ଟାରମାନଙ୍କର ଅନେକ ସିକ୍ରେଟ୍‌ ରହିଛି। ଯାହାକୁ ସେମାନେ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବାକୁ ଠିକ୍‌ ମନେ କରନ୍ତି ନାହିଁ। ଗର୍ଲଫ୍ରେଣ୍ଡଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସବୁକିଛି ବ୍ୟକ୍ତିଗତ ରଖିବାକୁ ଚାହାନ୍ତି। କିନ୍ତୁ କିଛି ଷ୍ଟାର ସମସ୍ତଙ୍କ ସାମ୍ନାରେ ବି ନିଜର ସିକ୍ରେଟ୍‌ ଖୋଲି ଦେଇଛନ୍ତି।

ଦବଙ୍ଗ ଖାନ୍‌ ସଲମାନ ଏକ ଶୋ’ରେ ପ୍ରକାଶ କରିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ସେ କୁଆଁର ଅଛନ୍ତି। ଏହା ସହିତ ଅଭିନେତା ଏହା ମଧ୍ୟ କହିଥିଲେ ବିବାହ ପାଇଁ ସେ ନିଜକୁ ଆଜି ପର୍ଯ୍ୟନ୍ତ କୁଆଁର ରଖିଛନ୍ତି।

ଅଭିନେତା ରଣବୀର କପୁର ମଧ୍ୟ ନିଜର ରହସ୍ୟକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ବାସ୍ତବରେ ରଣବୀର ଥରେ ସ୍ବୀକାର କରିଛନ୍ତି ଯେ, ସେ ଦୀପିକା ପାଦୁକୋନଙ୍କୁ ପ୍ରେମରେ ପ୍ରତାରଣା କରିଛନ୍ତି।

ଆଲିଆ ଭଟ୍ଟ ଥରେ ତାଙ୍କ ଭୟ ବିଷୟରେ କହିଥିଲେ ଯେ, ସେ ଅନ୍ଧାରକୁ ବହୁତ ଡରୁଛନ୍ତି। ତେଣୁ ସେ ଝାପ୍‌ସା ଆଲୁଅରେ ଏବଂ ପରଦା ଖୋଲା ରଖି ଶୋଇଥାନ୍ତି।

ଅଭିନେତା ହ୍ରିତିକ୍‌ ରୋଶନ ସ୍କୁଲରେ ପିଲାମାନଙ୍କୁ ବହୁତ ହଇରାଣ କରୁଥିଲେ।

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୁହନ୍ତି, ଇଂଲିଶରେ ସେ ବହୁତ କମ୍‌ଜୋର ଥିଲେ। ତେଣୁ ତାଙ୍କୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା

Share