ଧାନ କିଣା ତଦାରଖ ପାଇଁ ପ୍ରତି ମଣ୍ଡିରେ ନିଯୁକ୍ତ ନୋଡାଲ ଅଫିସର

ଭୁବନେଶ୍ୱର,୧୪।୧: ଚଳିତ ଖରିଫ ଋତୁରେ ରାଜ୍ୟରେ ସରକାରୀ ସ୍ତରରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି। ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟରେ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ବର୍ତ୍ତମାନ ବର୍ତ୍ତମାନ ରାଜ୍ୟର ୩୦ଟି ଜିଲାର ୩୯୦୩ ମଣ୍ଡି ପାଇଁ ୩୮୯୩ ଜଣ ନୋଡାଲ ଅଧିକାରୀ ନିଯୁକ୍ତ ହୋଇ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ଚାଷୀ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ ନିଯୁକ୍ତ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୧୦୩୧ ଜଣ ସୁପରଭାଇଜରଙ୍କୁ ଆବଶ୍ୟକତା ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ନିଯୁକ୍ତ କରାଯାଇଛି ।

ଏହି ଅଧିକାରୀ ମାନେ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଚାଷୀ ମାନେ ସେମାନଙ୍କ ଅଭିଯୋଗ ପ୍ରତ୍ୟକ୍ଷ ଭାବେ ଜଣାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ରାଜ୍ୟର ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୨୩ଶହ ଟଙ୍କା ଓ ଇନପୁଟ ସହାୟତା ରାଶି ଭାବେ ୮ଶହ ଟଙ୍କା ପ୍ରଦାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ଧରି ଏନ୍‌ଆଇବି ନାଁରେ ଠକେଇ, ୨ ଗିରଫ

ବଲାଙ୍ଗୀର, ୧୯।୧ (ବୀରେନ୍ଦ୍ର କୁମାର ଝାଙ୍କର): ନ୍ୟାଶନାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ଏନ୍‌ଆଇବି) ନାଁରେ ଜାଲ୍‌ ଗୋଇନ୍ଦା ବିଭାଗ ଖୋଲି ବଲାଙ୍ଗୀର ସମେତ ଆନ୍ତଃ ରାଜ୍ୟ ସ୍ତରରେ...

ଖୁବ୍‌ଶୀଘ୍ର ଆରମ୍ଭ ହେବ ମହାନଦୀ ରିଭରଫ୍ରଣ୍ଟ, ଡିପିଆର ଅନୁମୋଦନ କଲେ ରାଜ୍ୟ ସରକାର

କଟକ,୧୯ା୧(କାର୍ତ୍ତିକ ସାହୁ): ସାବରମତୀ ଢାଞ୍ଚାରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ସମ୍ବଲପୁର ଓ କଟକରେ ମହାନଦୀ...

ଡାଲମିଆର କେ.ପି. ପାଓ୍ବାରପ୍ଲାଣ୍ଟ ବନ୍ଦ ନିର୍ଦ୍ଦେଶ

ସୁନ୍ଦରଗଡ଼, ରାଜଗାଙ୍ଗପୁର,୧୯।୧(ଜୟ ନାରାୟଣ ମେଣ୍ଡୁଳି/ ରାଜଗାଙ୍ଗପୁର): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର କେ.ପି ପାଓ୍ବାର ପ୍ଲାଣ୍ଟରେ କୋଲ୍‌ ହପର ଭୁଶୁଡିବା ଯୋଗୁ ୩...

ଫରେନସିକ ତଥ୍ୟକୁ ନେଇ ହଇଚଇ: ଦୀପାଳିଙ୍କ ଉପରେ ବଡ଼ ଅଭିଯୋଗ ଲଗାଇଲେ ମନ୍ତ୍ରୀ

ଝାରସୁଗୁଡ଼ା/ଭୁବନେଶ୍ୱର,୧୯ା୧(ଆଶିଷ ରଞ୍ଜନ ଦାଶ/ସୁନିତ୍‌ ମିଶ୍ର): ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟ ଫରେନସିକ ସାଇନ୍ସ ରିପୋର୍ଟରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ...

ମହିଳାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର

ଢେଙ୍କାନାଳ,୧୯।୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍‌ ନିକଟରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ଘର ଭିତରେ ଛୁରି ଦେଖାଇ...

ରାଶନ କାର୍ଡ ହାତେଇଛନ୍ତି ୪ ଲକ୍ଷ ଆୟକରଦାତା

ଭୁବନେଶ୍ୱର,୧୯ା୧(ସୁନିତ୍‌ ମିଶ୍ର): ରାଶନକାର୍ଡ ତାଲିକାରେ ବଡ଼ ଧରଣର ଘୋଟାଲା ହୋଇଛି। ଆୟକର ଦାତାମାନେ ମଧ୍ୟ ହିତାଧିକାରୀ ସାଜି ରାଶନକାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ବଢ଼ିଚାଲିଛି।...

ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା

ଖୋର୍ଦ୍ଧା,୧୮ା୧: ଚଳିତବର୍ଷ ଚିଲିକାରେ କମିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ଚଳିତ ବର୍ଷ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀଙ୍କ ସଂଖ୍ୟା ରହିଛି। ତେବେ ଗତବର୍ଷ...

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ବୋଲି ଶନିବାର  ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image