ନଏଡା,୧ ।୨: ସାଧାରଣ ଲୋକଙ୍କର ବଜେଟ ଯଦିଓ ବିଗିଡି ଯାଇଛି, ହେଲେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କର ବଜେଟ ସଦାବାହାର ହୋଇ ରହିଛି । ଏବେ ଏହିଭଳି କେତେଜଣ ଲୋକ ଆୟକର ବିଭାଗର ଟାର୍ଗେଟରେ ରହିଛନ୍ତି । ନଏଡାରେ ୟୁପି କ୍ୟାଡରର ପୂର୍ବତନ ଆଇପିଏସ୍ ଅଧିକାରୀ ଆର୍ଏମ୍ ସିଂଙ୍କ ଘର ଉପରେ ଗତ ୩ ଦିନ ହେବ ଆୟକର ବିଭାଗ ପକ୍ଷରୁ ରେଡ ଜାରି ରହିଛି ।
ସୂଚନାଯୋଗ୍ୟ, ଆରଏନ୍ ସିଂଙ୍କ ପୁଅ ନିଜ ଘରର ବେସମେଣ୍ଟରେ ଏକ ପ୍ରାଇଭେଟ ଲକରଫର୍ମ ଚଳାଉଛନ୍ତି । ଏହି ଲକର ଭଡାରେ ଦିଆଯାଇଥାଏ । ଆୟକର ବିଭାଗ ପକ୍ଷରୁ ଏଠାରେ ତଲାସି କରାଯିବା ପରେ କୋଟି କୋଟି ଟଙ୍କା ମିଳିିଥିବା ଜଣାପଡିଛି । ହେଲେ ଏତେ ଟଙ୍କା କାହାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆରଏନ୍ ସିଂ କହିଛନ୍ତି ଏହି ଲକରକୁ ମୋ ପୁଅ ଚଲାଉଛି । ସେ କମିଶନ ବେସରେ ଲୋକଙ୍କୁ ଭଡାରେ ଏହା ଦେଇଥାଆନ୍ତି । ତାଙ୍କର ବି ୨ ଟି ଲକର ଏଥିରେ ରହିଛି । ହେଲେ ସେ ଏହି ଲକର ପାଇଁ କିଛି ଦେଇ ନ ଥାଆନ୍ତି ।