Categories: ଜାତୀୟ

ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଲକ୍ଷ୍ନୌ,୯।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରାଯାଇଛି। ତ୍ୟାଗୀଙ୍କୁ ଗିରଫ କରିବା ପାଇଁ ଏସଟିଏଫର ୧୨ଟି ଟିମ୍‌ ନିୟୋଜିତ ହୋଇଥିଲା। ଶେଷରେ ତାଙ୍କ ମିରୁଟରୁ ଗିରଫ କରାଯାଇଛି। ସୋମବାର ଶ୍ରୀକାନ୍ତଙ୍କ ନୋଏଡ଼ା ଗ୍ରାଣ୍ଡ ଓମାକ୍ସେ ସୋସାଇଟି ବାସଭବନ ବାହାରେ ଥିବା ବେଆଇନ ନିର୍ମାଣକୁ ସୋମବାର ସକାଳେ ବୁଲ୍‌ଡୋଜର ସହାୟତାରେ ଭାଙ୍ଗିଦିଆଯାଇଥିଲା।
ସୂଚନାଯୋଗ୍ୟ, ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଘଟଣା ପରଠାରୁ ସେ ଫେରାର ଥିଲେ। ତେବେ ମାମଲା ରୁଜୁ କରିବାରେ ଅବହେଳା କରିଥିବା ୬ ଜଣ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ଅଭିଯୋଗକାରିଣୀ ମହିଳାଙ୍କ ସୁରକ୍ଷା ଲାଗି ଦୁଇଜଣ ପିଏସ୍‌ଓ ଯୋଗାଇ ଦିଆଯାଇଛି।

Share