Categories: ଜାତୀୟ

ଶ୍ରୀକାନ୍ତ ତ୍ୟାଗି ମାମଲା: ନୋଏଡା ସୋସାଇଟିରେ ଗଣ୍ଡଗୋଳ ଉପରେ କାର୍ଯ୍ୟାନୁଷ୍ଠାନ, ଥାନା ପ୍ରଭାରି ନିଲମ୍ବିତ

ନୋଏଡା,୮ ।୮: ଉତ୍ତର ପ୍ରଦେଶର ନୋଏଡାରେ ଓଏମଏକ୍ସ ସେସୋଇଟିରେ ମହିଳାଙ୍କୁ ଧମକାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶ୍ରୀକାନ୍ତ ତ୍ୟାଗିଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଅଭିଯୁକ୍ତ ନେତାଙ୍କ ସମ୍ପତ୍ତି ମଧ୍ୟ ଏଥିରେ ସଂଲଗ୍ନ କରାଯିବ । ନୋଏଡା ପୋଲିସ କମିଶନର ଆଲୋକ ସିଂ ଏହି ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଶନିବାର ନୋଏଡା ପୋଲିସ କହିଥିଲା, ଜଣେ ମହିଳାଙ୍କୁ କଥିତ ଭାବେ ମାରପିଟ ଅଭିଯୋଗରେ ଫେରାର ଥିବା ରାଜନେତାଙ୍କ ୪ ସହଯୋଗୀଙ୍କୁ ହାଜତକୁ ପଠାଇ ଦେଇଛନ୍ତି । ଏହାସହ ସେମାନଙ୍କର ୨ଟି ଗାଡିକୁ ବି ଜବତ କରାଯାଇଛି । ପୋଲିସ କହିଛି ଅଭିଯୁକ୍ତ ନେତାଙ୍କ ବିରୋଧରେ ଆଉ ଏକ ଏଫଆଇଆର ଦିଆଯାଇଛି । ଯେତେବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଶ୍ରୀକାନ୍ତ ତ୍ୟାଗିଙ୍କଠାରୁ ଦୂରେଇ ଯାଇଥିଲା ସେତେବେଳେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଏ । ତ୍ୟାଗି ନିଜକୁ ଦଳର କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଓ ଏହାର ଯୁବା ସମିତିର ରାଷ୍ଟ୍ରୀୟ ସମନ୍ୱୟକ କହୁଥିଲେ । ତ୍ୟାଗିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୪ ଆଧାରରେ ମାମଲା କରାଯାଇଛି ।

Share