୯ମାସରେ ପିଇଛନ୍ତି ୧୩୦୮କୋଟି ଟଙ୍କାର ମଦ, ନୂଆବର୍ଷରେ ରେକର୍ଡ ଭାଙ୍ଗିବେ ନୋଏଡାବାସୀ

ନୋଏଡା,୩୧।୧୨: ପୁରୁଣା ବର୍ଷ ୨୦୨୩ ସରବାକୁ ଆଉ କେଇ ଘଣ୍ଟା ବାକି ଅଛି। ଏହାପରେ ପଦାର୍ପଣ କରିବ ୨୦୨୪। ତେବେ ଚଳିତ ବର୍ଷ ୯ମାସରେ ନୋଏଡାବାସୀ କୋଟି କୋଟି ଟଙ୍କାର ମଦ ପିଇଛନ୍ତି। ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ନୋଏଡାବାସୀ ୯ମାସ ଅର୍ଥାତ୍‌ ୧ ଏପ୍ରିଲରୁ ୨୯ ଡିସେମ୍ବର ଯାଏଁ ୧,୩୦୮.୫୯କୋଟି ଟଙ୍କାର ମଦ ପିଇଛନ୍ତି।

ସୂଚନା ଅନୁଯାୟୀ, ନୂଆବର୍ଷରେ ରେକର୍ଡ ସ୍ତରରେ ମଦବିକ୍ରି ହେବାର ଅନୁମାନ କରାଯାଉଛି। ପ୍ରାୟ ୧୨କୋଟି ମଦବିକ୍ରି ହେବାର ସମ୍ଭାବନା ରହିଛି। ଗତବର୍ଷ, ନ୍ୟୁ ଇଅର ପାର୍ଟିରେ ନୋଏଡାବାସୀ ୯କୋଟି ଟଙ୍କାର ମଦ ପିଇଥିଲେ। ଚଳିତ ବର୍ଷ ମଦବିକ୍ରି ୧୬.୩୦ପ୍ରତିଶତ ବୃଦ୍ଧି ପାଇଛି। ଯଦି ୟୁପି କିମ୍ବା ନୋଏଡାରେ ହାଉସ ପାର୍ଟି କରିବାକୁ ଚାହାନ୍ତି ତେବେ ଲାଇସେନ୍ସ ନେବା ପାଇଁ ନିୟମ କଡାକଡି କରାଯାଇଛି।

Share