Advertisement

ଆମାଜନ ବିରୋଧରେ ମାମଲା ରୁଜୁ

ନୋଏଡା,୧୮।୫: ଅନ୍‌ଲାଇନ କମ୍ପାନୀ ଆମାଜନ ବିରୋଧରେ ନୋଏଡା କୋତଓ୍ବାଲୀ ସେକ୍ଟର-୫୮ରେ ମାମଲା ରୁଜୁ କରାଯାଇଛି। କମ୍ପାନୀ ନିଜ ଓ୍ବେବସାଇଟରେ ବିକ୍ରି କରୁଥିବା ପ୍ରଡକ୍ଟ ଉପରେ ଲଗାଇଥିବା ଫଟୋ, ହିନ୍ଦୁ ଭାବାବେଗକୁ ଆଘାତ ପହଞ୍ଚାଉଥିବା ନେଇ ଅଭିଯୋଗ ହୋଇଛି। ଖେଡାର ବାସିନ୍ଦା ବିକାଶ ମିଶ୍ରଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ବିକାଶଙ୍କ କହିବା ଅନୁସାରେ, କମ୍ପାନୀ ବିକ୍ରି କରୁଥିବା ପ୍ରଡକ୍ଟରେ ହିନ୍ଦୁ ଦେବଦେବୀଙ୍କ ଫଟୋ ଲଗାଯାଇଛି। ଯାହା କୌଣସି ମୂହୁର୍ତ୍ତରେ ଦେଶରେ ଉତ୍ତେଜନତା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। ତେବେ ପୋଲିସ ଆମାଜନର ସ୍ଥାନୀୟ ଭେଣ୍ଡରକୁ ଏନେଇ ପଚରାଉଚରା କରିବା ପରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share