Categories: ଜାତୀୟ

ସଂସଦର ଉଭୟ ଗୃହରେ ହଟ୍ଟଗୋଳ…

ନୂଆଦିଲ୍ଲୀ,୨୨।୭: ଜୁଲାଇ ୧୯ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ବିରୋଧୀ ଦଳଙ୍କ ବିଭିନ୍ନ ଦାବି ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ନିୟନ୍ତ୍ରଣ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସରକାରଙ୍କୁ ଘେରାଯିବା ଯୋଜନା କରାଯାଇଛି। ସେହିପରି ଅକ୍ସିଜେନ ଅଭାବରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହାର ରିପୋର୍ଟ ଦେବାକୂ ବିରୋଧୀ ଦାବି କରିଛନ୍ତି। ସରକାର କରୋନା ଆକ୍ରାନ୍ତଙ୍କ ଠିକ୍‌ ହିସାବ ଦେଇ ନ ଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଯେ ବିରୋଧୀ ଜାଣିଶୁଣି ଉଭୟ ଗୃହକୁ ଅଚଳ କରିଛନ୍ତି। ବିରୋଧୀଙ୍କ ହଙ୍ଗାମା ଯୋଗୁ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଏନେଇ ଲୋକ ସଭା ବାଚସ୍ପତି ଓମ୍‌ ବିରଳା ଏବଂ ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗୃହରେ ଘୋଷଣା କରିଥିଲେ। ଏହାପରେ ଲୋକ ସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବାବେଳେ ରାଜ୍ୟ ସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Share