ଶବ୍ଦ ପ୍ରଦୂଷଣ: ସଚେତନତା ଅଭାବରୁ ବଢ଼ୁଛି ବିପଦ

ଭୁବନେଶ୍ୱର,୨୮।୯(ସତ୍ୟଜିତ୍‌ ରାଉତ)ରାଜ୍ୟରେ ଶବ୍ଦ ପ୍ରଦୂଷଣ ଚିନ୍ତା ବଢ଼ାଇଛି। ବିଭିନ୍ନ ସ୍ଥାନରେ ବିବାହ ରୋଷଣୀ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ମନଇଚ୍ଛା ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଡିଜେ ବ୍ୟବହାର ଫଳରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ହେଉଛି। ଏଥିଯୋଗୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଅତ୍ୟଧିକ ଶବ୍ଦ ବୟସ୍କ ବ୍ୟକ୍ତି, ରୋଗୀ ଓ ଶିଶୁଙ୍କ ଉପରେ କୁପ୍ରଭାବ ପକାଉଛି। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଡିଜେ ଉପରେ କଟକଣା ଲଗାଇବାକୁ ସ୍ବତନ୍ତ୍ର ଆଇନ ରହିଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ବିଶେଷକରି ଯୁବଗୋଷ୍ଠୀମାନେ ଏବେ ଗ୍ରାମାଞ୍ଚଳରେ ଶବ୍ଦ ପ୍ରଦୂଷଣ ଅଧିକ କରୁଥିବା ଦେଖିବାକୁ ମିଳୁଛି। ଏକାଧିକ ପୂଜା ଭସାଣିରେ ବିଭିନ୍ନ କମିଟି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡିଜେ ଆଣିବା ଉପରେ ଜୋର୍‌ ଦେଉଛନ୍ତି। କିଏ କେତେ ଉଚ୍ଚ ଧ୍ୱନି ସୃଷ୍ଟି କରିପାରୁଛି, ଏଥିପାଇଁ ସେମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲୁଛି। ସଚେତନ ନାଗରିକମାନେ ସେମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଭୟ କରୁଛନ୍ତି। ୨୦୨୧ ମାର୍ଚ୍ଚରେ ରାଜ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପରିବେଶ ତଦାରଖ ସେଲ୍‌ ବୈଠକରେ ଶବ୍ଦ ପ୍ରଦୂଷଣକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶବ୍ଦ ପ୍ରଦୂଷଣକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲାପାଳ ଓ ଏସ୍‌ପିମାନଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମେମ୍ବର ସେକ୍ରେଟାରୀ କେ. ମୁରୁଗେସେନ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶ ଠିକ ଭାବେ ପାଳନ କରାଯାଉ ନାହିଁ, ଫଳରେ ଲୋକଙ୍କ ପାଇଁ ବିପଦ ବଢ଼ୁଛି ବୋଲି ପରିବେଶବିତ୍‌ ମତ ଦେଉଛନ୍ତି।

ଆଇନ କ’ଣ କହୁଛି

‘ଏନ୍‌ଭାଇରନ୍‌ମେଣ୍ଟ ପ୍ରୋଟେକ୍ସନ୍‌ ଆକ୍ଟ ୧୯୮୬’ ଅନ୍ତର୍ଗତ ‘ନଏଜ୍‌ ପୋଲ୍ୟୁସନ୍‌ (କଣ୍ଟ୍ରୋଲ ଏଣ୍ଡ୍‌ ରେଗୁଲେଶନ୍‌) ରୁଲ୍‌ସ ୨୦୦୦’ ଅନୁଯାୟୀ ଶବ୍ଦ ପ୍ରଦୂଷଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ଏହି ନିୟମ ଅନୁଯାୟୀ, ବିଭିନ୍ନ ଅଞ୍ଚଳକୁ ୪ଟି ଜୋନ୍‌ ଯଥା ଇଣ୍ଡଷ୍ଟ୍ରିଆଲ ଏରିଆ, କମର୍ସିଆଲ୍‌ ଏରିଆ, ରେସିଡେନ୍ସିଆଲ ଏରିଆ ଓ ସାଇଲେନ୍ସ ଜୋନ୍‌ରେ ବିଭକ୍ତ କରାଯାଇଛି। ଦିନ ଓ ରାତି ପାଇଁ ଏହି ଅଞ୍ଚଳଗୁଡ଼ିକରେ କେତେ ଡେସିବଲ୍‌ ଯାଏ ଶବ୍ଦ ସୃଷ୍ଟି କରିହେବ ସେନେଇ ସମୟ ଧାର୍ଯ୍ୟ ରହିଛି। ସକାଳ ୬ରୁ ରାତି ୧୦ ଦିନ ଏବଂ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ରାତି ସମୟ ବୋଲି ସମୟସୀମା ଧରାଯାଉଛି। ଇଣ୍ଡଷ୍ଟ୍ରିଆଲ ଏରିଆରେ ଦିନ ବେଳା ୭୫ ଡେସିବଲ୍‌ ଓ ରାତିରେ ୭୦ ଡେସିବଲ୍‌ ଯାଏ ସର୍ବାଧିକ ଶବ୍ଦ ସୃଷ୍ଟି କରିହେବ। ସେହିଭଳି କମର୍ସିଆଲ୍‌ ଏରିଆ ପାଇଁ ଦିନ ୬୫ ଓ ରାତି ୫୫, ରେସିଡେନ୍ସିଆଲ୍‌ ଏରିଆ ପାଇଁ ଦିନ ୫୫ ଓ ରାତି ୪୫ ଏବଂ ସାଇଲେନ୍ସ ଜୋନ୍‌ ପାଇଁ ଦିନ ୫୦ ଓ ରାତି ବେଳା ୪୦ ଡେସିବଲ୍‌ ଯାଏ ଶବ୍ଦ ସୃଷ୍ଟି କରିହେବ। ଏଥିସହ ରାଜ୍ୟ ସରକାର କୌଣସି ସାଂସ୍କୃତିକ ଏବଂ ଧାର୍ମିକ ଉତ୍ସବ ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକ୍‌ ସିଷ୍ଟମ ପାଇଁ ଅନୁମତି ଦେଇପାରିବେ। ହେଲେ ଏହା ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ ୧୫ ଦିନ ପାଇଁ ଏହି ଅନୁମତି ଦେଇପାରିବାକୁ ନିୟମ ରହିଛି। ଏହି ଆକ୍ଟ ଅନୁଯାୟୀ ଉଲ୍ଲଘଂନକାରୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ଯାଏ ଜରିମାନାରେ ଦଣ୍ଡିତ କରାଯିବ। ଏଥିସହ ଆଇପିସି ଦଫା ୨୬୮, ୨୯୦, ୨୯୧ ଅନୁସାରେ ମଧ୍ୟ ଜରିମାନା ଏବଂ ଜେଲଦଣ୍ଡର ବ୍ୟବସ୍ଥା ରହିଛି।

ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର
ଶବ୍ଦ ପ୍ରଦୂଷଣ ରୋକିବାକୁ ସବୁପ୍ରକାର ଆଇନକାନୁନ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ହେଲେ ବାହାଘର, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଡିଜେ ନ ବାଜିଲେ ଉକ୍ତ କାମ ଅସମ୍ପୂର୍ଣ୍ଣ ରହିଗଲା ବୋଲି ଲୋକଙ୍କ ଭାବନା ରହୁଛି। ଯାହା ପାଇଁ ଆମର ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ସେସବୁକୁ ଦୂରେଇ ଦେବା ପାଇଁ ଆମ ଭିତରେ ଯଥେଷ୍ଟ ସଚେତନତା ସୃଷ୍ଟି ହେବା ଦରକାର। ଏଥିପାଇଁ ଯେଉଁ ଆଇନ ବ୍ୟବସ୍ଥା ରହିଛି, ଆମେ ତାହାକୁ ସମ୍ମାନ ଦେବା ଦରକାର। ଜାଣିଶୁଣି ଆଇନ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ପରିବେଶ ପ୍ରଦୂଷିତର ପ୍ରଭାବ ଗୋଟିଏ ଦିନରେ ହୁଏନାହିଁ। ଏହା ଲମ୍ବା ସମୟ ଅବଧି ମଧ୍ୟରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଆରମ୍ଭ କରି କ୍ୟାନ୍‌ସର ପର୍ଯ୍ୟନ୍ତ ରୋଗ ଆଦି ବୃଦ୍ଧି ପାଇ ଚାଲିଛି। ଶବ୍ଦ ପ୍ରଦୂଷଣରୁ ସାଧାରଣ ଲୋକଙ୍କ କାର୍ଯ୍ୟଦକ୍ଷତା ହ୍ରାସ ପାଏ। ପଶୁପକ୍ଷୀମାନେ ମଧ୍ୟ ସମଭାବରେ ପ୍ରଭାବିତ ହୁଅନ୍ତି। ସମସ୍ତଙ୍କ ସୁବିଧା ଦୃଷ୍ଟିରୁ ପ୍ରଦୂଷଣ ସୃଷ୍ଟି କରୁଥିବା ଜିନିଷକୁ ଆମେ ବର୍ଜ୍ୟ କରିବା ଉଚିଚ୍‌।
– ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍‌

ପୋଲିସ, ପ୍ରଶାସନ ଜାଣିଶୁଣି ଚୁପ୍‌ ବସୁଛି
ଆମ ଅଞ୍ଚଳରେ ଅଧିକାଂଶ ସମୟରେ ଅତ୍ୟଧିକ ଶବ୍ଦ କରୁଥିବା ଡିଜେ ବଜାଯାଉଛି। ଅଧିକାଂଶ ଅନୁମତି ନ ଆଣି ଡିଜେ ବଜାଉଥିବାବେଳେ ଆଉ କିଛି ଆୟୋଜକ ନିର୍ଦ୍ଧାରିତ ସୀମା ମଧ୍ୟରେ ଡିଜେ ବଜାଇବାକୁ ଅନୁମତି ଆଣୁଥିଲେ ମଧ୍ୟ ତାହାକୁ ପାଳନ କରୁନାହାନ୍ତି। ସାଧାରଣ ଲୋକେ ପ୍ରତିବାଦ କଲେ ଅନେକ ସମୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥାନୀୟ ପୋଲିସ ଓ ପ୍ରଶାସନ ଅନୁମତି ଦେଇ ଚୁପ୍‌ ବସୁଥିବାରୁ ଶବ୍ଦ ପ୍ରଦୂଷଣ ଲୋକଙ୍କ ପାଇଁ କାଳ ହେଉଛି।
– ବିଶ୍ୱମ୍ବର ବିଶ୍ୱଜିତ୍‌ ସାହୁ, ସଚେତନ ନାଗରିକ

ଅଭିଯୋଗ ଆସିଲେ ହେଉଛି କାର୍ଯ୍ୟାନୁଷ୍ଠାନ
ଶବ୍ଦ ପ୍ରଦୂଷଣ ରୋକିବାକୁ ଆମ ପକ୍ଷରୁ ସବୁ ପ୍ରକାର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଶୋଭାଯାତ୍ରା ଆଦିରେ ୬୫ ଡେସିବଲ୍‌ ମଧ୍ୟରେ ଡିଜେ ବଜାଇବାକୁ ଅନୁମତି ଦିଆଯାଉଛି। ଏହାକୁ ଉଲ୍ଲଙ୍ଘନ କରାଯିବାର ଅଭିଯୋଗ ଆସିଲେ ଜରିମାନା ନିଆଯିବା ସହ ଡିଜେ ଗାଡ଼ି ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୨ଦିନ ତଳେ ଧଉଳିରେ ଏକ ଡିଜେ ସିଷ୍ଟମ୍‌ ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା। ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଉଥିବା ମ୍ୟୁଜିକ୍‌ ସିଷ୍ଟମ୍‌ ବ୍ୟବହାର ନ କରିବାକୁ ଆମ ପକ୍ଷରୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଛି।
– ପ୍ରତୀକ ସିଂ, ଡିସିପି ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି ଦେବାଶିଷ…

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri