Categories: ବାଣିଜ୍ୟ

ନୋକିଆ ୫.୩ ର ବିକ୍ରୟ ଆରମ୍ଭ

ନୂଆଦିଲ୍ଲୀ, ୯।୯ : ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାରରେ ନୋକିଆର ୫.୩ ମଡେଲ ବିକ୍ରି ଆରମ୍ଭ ହୋଇଛି। ନୋକିଆ ୫.୩ ରେ ଏକ ଏଆଇ-ପରିଚାଳିତ କ୍ୱାଡ୍‌ କ୍ୟାମେରା, କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୬୬୫ ମୋବାଇଲ ପ୍ଲାଟ୍‌ଫର୍ମ ସହ ସିଗ୍ନେଚର ଟୁ-ଓ୍ବେ ବ୍ୟାଟେରି ଲାଇଫ ଭଳି ଅନେକ ଫିଚର ରହିଛି। ଏହା ଏଆଇ-ପରିଚାଳିତ କ୍ୱାଡ୍‌ କ୍ୟାମେରା ନାଇଟ ମୋଡ୍‌ ଜରିଆରେ ମଧ୍ୟ କମ୍‌ ଆଲୋକରେ ଆବଶ୍ୟକ ସଟ୍‌ ଓ ପିକ୍‌ କୁ ଭଲ ଭାବରେ କ୍ୟାପ୍‌ଚର କରିପାରିଥାଏ। ଓ୍ବାଇଡ୍‌ ଆଙ୍ଗେଲ ଓ ମାକ୍ରୋ ଲେନ୍ସ କ୍ଲୋଜ ଅପ୍‌ ସଟ୍‌ କ୍ୟାପଚର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହି ମଡେଲର ୬.୫୫ ଇଞ୍ଚ (୧୬.୬ ସେମି) ସ୍କ୍ରିନ, ୪୦୦୦ ମେଗାହର୍ଜ ବ୍ୟାଟେରି ଏବଂ ଏଆଇ ଆସିଷ୍ଟେଡ ଆଡାପ୍ଟିଭ ବ୍ୟାଟେରି ସହ ଅନେକ ଫିଚର ରହିଛି ବୋଲି ଏଚ୍‌ଏମ୍‌ଡି ଗ୍ଲୋବାଲର ଉପାଧ୍ୟକ୍ଷ ସନ୍‌ମିତ୍‌ ସିଂହ କହିଛନ୍ତି।

Share