Categories: ବାଣିଜ୍ୟ

ନୋକିଆ ସି ୩୨ ଉନ୍ମୋଚିତ

ଭୁବନେଶ୍ୱର,୨୫।୫: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ନୋକିଆ ସି ୩୨କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଡି ଗ୍ଲୋବାଲର ଭିପି-ଭାରତ ଓ ଏପିଏସି ରବି କନ୍‌ୱର କହିଛନ୍ତି, ନୋକିଆ ସି୩୨କୁ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଭାରତ ବଜାରରେ ନୋକିଆ ସି-ସିରିଜ୍‌ ଫୋନ୍‌ର ସଫଳତା ଆମକୁ ଏହି ବର୍ଗରେ ଶ୍ରେଷ୍ଠ ମୂଲ୍ୟ ଓ ନବସୃଜନ ପ୍ରଦାନ କରିବାକୁ ଉତ୍ସାହିତ କରିଛି। ଉଲ୍ଲେଖଯୋଗ୍ୟ, ନୋକିଆ ସି-ସିରିଜ୍‌ ଫୋନ୍‌ରେ ୬.୫ ଇଞ୍ଚ୍‌ର ଏଚ୍‌ଡି+ ଡିସ୍‌ପ୍ଲେ ରହିଛି, ଯାହା ତିନିଟି ସୁନ୍ଦର ରଙ୍ଗ ଚାରକୋଲ୍‌, ବ୍ରିଜି ମିଣ୍ଟ ଓ ବିଚ୍‌ ପିଙ୍କ୍‌ ରଙ୍ଗରେ ଉପଲବ୍ଧ।

Share