୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ନୋକିଆ, ୫ ଜି ମୋବାଇଲ ବିକ୍ରି ହ୍ରାସ ପରେ ନିଷ୍ପତି

ନୂଆଦିଲ୍ଲୀ, ୧୯।୧୦: ଟେଲିକମ ଦୁନିଆର ପ୍ରତିଷ୍ଠିତ କମ୍ପାନୀ ନୋକିଆ ସମ୍ପର୍କରେ ବଡ଼ ଖବର ଆସିଛି, ଯେଉଁଥିପାଇଁ କର୍ମଚାରୀଙ୍କ ଚିନ୍ତା ବଢିଯାଇଛି। ନୋକିଆ ଏହାର ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଛି। ତୃତୀୟ କ୍ୱାର୍ଟରରେ କମ୍ପାନୀର ୫ ଜି ଉତ୍ପାଦ ବିକ୍ରି ୨୦ ପ୍ରତିଶତ ହ୍ରାସ ପରେ କମ୍ପାନୀ ଏହି ନିଷ୍ପତି ନେଇଛି।

ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ମୁତାବକ ଫିନିସ ଟେଲିକମ୍ୟୁନିକେସନ ଇକ୍ୟୁପମେଣ୍ଟ ଗ୍ରୁପର ନୋକିଆ ଅନୁମାନ ଅଟେ ଯେ, ୨୦୨୬ ସୁଦ୍ଧା ୮୦୦ ମିଲିୟନରୁ ନେଇ ୧.୨ ବିଲିୟନ ୟୁରୋ ମଧ୍ୟରେ ଖର୍ଚ୍ଚ ବଞ୍ଚିପାରିବ। ଏହି ସମୟ ପର୍ଯ୍ୟନ୍ତ କମ୍ପାନୀକୁ ପ୍ରାୟ ୧୪ ପ୍ରତିଶତ ଅପରେଟିଂ ମାର୍ଜିନ ହାସଲ କରିବ, ଯେଉଁଥିପାଇଁ କମ୍ପନିକୁ ଏହାର ୮୬ ହଜାର କର୍ମଚାରୀଙ୍କ ସଂଖ୍ୟା ୭୨-୭୭ ହଜାରକୁ କମାଇବାକୁ ପଡ଼ିବ।

ଚଳିତ ଆର୍ଥିକ ବର୍ଷରେ ନୋକିଆର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନ ମାନର ରହିଛି। ଅପରେଟିଂ ପ୍ରଫିଟ୍ ପ୍ରାୟ ୪୬୭ ମିଲିୟନ୍ ରହିଛି। ଏହାର ଆଡଜେଷ୍ଟେଡ଼ ଆୟ ମଧ୍ୟ ହ୍ରାସ ପାଇଛି।

 

Share