Categories: ବାଣିଜ୍ୟ

ନୋକିଆର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୦।୭: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ନୋକିଆର ନୂତନ ଉତ୍ପାଦ ତଥା ଫିଚର ଫୋନ୍‌ ନୋକିଆ୧୧୦ ୪ଜି ଏବଂ ନୋକିଆ୧୧୦ ୨ଜି’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଯେଉଁଥିରେ ୟୁପିଆଇର ସ୍କାନ୍‌ ଆଣ୍ଡ୍‌ ପେ’ ସୁବିଧା ସାମିଲ ରହିଛି। ଏପରିକି ନୋକିଆ୧୧୦ ୪ଜିରେ ଏଚ୍‌ଡି ଭଏସ୍‌ କଲିଂ ସୁବିଧା ମିଳିବ, ଯାହା ଯୋଗାଯୋଗକୁ ଅତ୍ୟନ୍ତ ସ୍ପଷ୍ଟ କରିବ। ନୂଆ ନୋକିଆ୧୧୦ ୪ଜି ଓ ନୋକିଆ୧୧୦ ୨ଜିରେ ଥିବା ଗୋଟିଏ ବଟନ୍‌କୁ ଦବାଇ ସହଜରେ ୟୁପିଆଇ ପେମେଣ୍ଟ୍‌ ସୁବିଧା ହାସଲ କରାଯାଇପାରିବ। ଏ ସମ୍ପର୍କରେ ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଉପସଭାପତି ରବି କନ୍‌ୱର କହିଛନ୍ତି, କମ୍ପାନୀ ଗ୍ରାହକମାନଙ୍କୁ ବୈପ୍ଳବିକ ସୁବିଧା ଥିବା ଶ୍ରେଷ୍ଠ ଫୋନ୍‌ ଅନୁଭୂତି ପ୍ରଦାନ କରିବା ଜାରି ରଖିଥିବା ବେଳେ ନୋକିଆ୧୧୦ ୪ଜି ଓ ନୋକିଆ୧୧୦ ୨ଜି ଏହି ବର୍ଗରେ ବ୍ରାଣ୍ଡ୍‌ର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି।

Share