ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକି ରହିଛି। ବୁଧବାର ଭାଜପାର ବୌଦ୍ଧ ବିଧାନସଭା ଆସନ ପାଇଁ ସରୋଜ ପ୍ରଧାନ ଏବଂ କଣ୍ଟାମାଳ ପାଇଁ କହ୍ନାଇ ଚରଣ ଡାଙ୍ଗ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ନିଜ ସମର୍ଥକଙ୍କ ସହ ଉଭୟ ପ୍ରାର୍ଥୀ ରାମେଶ୍ୱର ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ସମୟରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।