ସରିଲା ନାମାଙ୍କନ: ପ୍ରାର୍ଥିପତ୍ର ଦାଖଲକଲେ କୋକସରା ବ୍ଲକର ୬୯୨

କୋକସରା,୨୧ା୧(ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ୧୭ ତାରିଖରୁ ୨୧ ପର୍ଯ୍ୟନ୍ତ କୋକସରା ବ୍ଲକରେ ୨୨ ପଞ୍ଚାୟତ ପାଇଁ ୬୯୨ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏ ନେଇ ବ୍ଲକ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ୧୩୯ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୪୪୬ ଆଶାୟୀ ପ୍ରାର୍ଥୀ ନାମାଙ୍କନ କରିଥିବା ସୂଚନା ମିଲିଛି । ସେହିପରି ସମିତିସଭ୍ୟ ପାଇଁ ୧୦୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ତେବେ ଆସନ୍ତା ୨୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ସରିବା ପରେ ଚୂଡାନ୍ତ ତାଲିକା ବ୍ଲକ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରକାଶ ପାଇବ ।