ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର, ୧୮।୪(ସୁନିତ୍‌ ମିଶ୍ର) ଦେଶରେ ୭ଟି ପର୍ଯ୍ୟାୟରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଯଥାକ୍ରମେ ଆସନ୍ତା ମେ ୧୩, ୨୦ ଏବଂ ୨୫ ଓ ଜୁନ୍‌ ୧ରେ ମତଦାନ କରାଯିିବ। ଗତ ମାର୍ଚ୍ଚ ୧୬ ରେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ସେହି କ୍ରମରେ ଓଡ଼ିଶାରେ ହେବାକୁ ଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ଏହି ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକ ସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟରେ ଭୋଟ ଗ୍ରହଣ ହେବ। ଏହା ସହ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ। ତେଣୁ ଗୁରୁବାରଠାରୁ ଏହି ଲୋକ ସଭା ଏବଂ ଏହାର ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ଗୁରୁବାରଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏପ୍ରିଲ ୨୪ରେ ପ୍ରାର୍ଥତ୍ପତ୍ର ଦାଖଲ ପାଇଁ ଶେଷ ତାରିଖ ନିର୍ଘଣ୍ଟ ହୋଇଛି। ଏପ୍ରିଲ ୨୬ରେ ପ୍ରାର୍ଥତ୍ପତ୍ର ଯାଞ୍ଚ ହେବା ସହ ୨୯ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି। ଏହାପରେ ମେ ୧୩ରେ ଭୋଟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଏଥର ୩,୩୪,୭୩,୫୬୧ ଜଣ ମତଦାତା ଥିବାବେଳେ ଏଥିପାଇଁ ୩୦,୬୫୩ ମତଦାନ ସ୍ଥାନରେ ୩୭,୮୦୯ ପୋଲିଂ ବୁଥ୍‌ ରହିବ। ସହରାଞ୍ଚଳରେ ୪୩୮୦ ଏବଂ ଗ୍ରାମାଞ୍ଚଳରେ ୩୩,୪୨୯ କେନ୍ଦ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯।୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡରେ ରବିବାର ଧରିତ୍ରୀ ଲାଇଭ୍‌ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ହୋଇଛି। ଗାଡି ସାଇଡ୍‌ କରିବାକୁ...

କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା: ଗାଁରେ ଶେଷକୃତ୍ୟ ସମ୍ପନ୍ନ

ଜି.ଉଦୟଗିରି/ଦାରିଙ୍ଗିବାଡ଼ି,୯ା୩(ଚିନ୍ମୟ କୁମାର ସେଠୀ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ତେରେବାଡ଼ି ଗ୍ରାମର ଖ୍ରୀଷ୍ଟ ସମ୍ପ୍ରଦାୟର ମଡେରେଟର ବିଜୟ ନାୟକଙ୍କ ଏକମାତ୍ର ପୁଅ ବିଭାଷ ନାୟକ(୩୦)ଙ୍କୁ...

ଚୋରାକାଠ କାରଖାନା ଠାବ: ଆସବାବପତ୍ର ଜବତ, ଅଭିଯୁକ୍ତ ଗିରଫ

ବଡ଼ବିଲ,୯।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧୀନ ବଲାଣିଠାରେ ୨୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଚାଲିଥିବା ଏକ ବେଆଇନ କାଠ କାରଖାନାକୁ ବନ ବିଭାଗ...

‘ଛାତ୍ର ଜୀବନ ସର୍ବଦା ସଂଘର୍ଷମୟ, ଏହି ସଂଘର୍ଷ ହିଁ ଦିନେ ସଫଳ କରାଇବ’- ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ...

ପୁରୀ ରଥଯାତ୍ରାକୁ ମିଳିବ UNESCO ମାନ୍ୟତା: ଶ୍ରୀମନ୍ଦିର ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୯।୩: ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ବାର୍ଷିକ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ବାର୍ଷିକ...

ଜୟନାରାୟଣଙ୍କୁ କାଉଣ୍ଟର କଲେ ତାରା, କହିଲେ ଏହା କ’ଣ ଓଡ଼ିଆ ଅସ୍ମିତାର…

ଭୁବନେଶ୍ୱର,୯ା୩: କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀ ପତି ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ଉପରେ କାଉଣ୍ଟର କରିଛନ୍ତି। ତାରା କହିଛନ୍ତି, ଓଡ଼ିଶାକୁ...

‘କୋଶଳ’ ମନ୍ତବ୍ୟରେ ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କଲେ ବିଜେଡି, କଂଗ୍ରେସ; ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ଜବାବ

ଭୁବନେଶ୍ୱର,୯।୩: କୋଶଳ ଅଞ୍ଚଳର ଓଡ଼ିଶା ସହିତ ମିଶ୍ରଣକୁ ଏକ “ଐତିହାସିକ ଭୁଲ” ବୋଲି ବର୍ଣ୍ଣନା କରି ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ...

ସରକାରୀ ଡାକ୍ତରଖାନାରୁ ଦୁଇ ଶିଶୁଙ୍କୁ ଅପହରଣ ବେଳେ ଧରାପଡ଼ିଲେ ମହିଳା

ବାରିପଦା,୯।୩: ମୟୂରଭଞ୍ଜ ଜିଲାର ବାରିପଦାରେ ଥିବା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚ୍ଏଚ୍) ରୁ ଜଣେ ମହିଳା ଦୁଇ ଶିଶୁ ଶିଶୁଙ୍କୁ ଅପହରଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଅଭିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image