Categories: ଜାତୀୟ

କୋର୍ଟରେ ହାଜର ନ ହେବାରୁ ଶଶିକଳାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନ ଜାରି

ବେଙ୍ଗାଲୁରୁ,୫।୯: ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବିଶ୍ୱାସୀ ଭି.କେ ଶଶିକଳାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନ (ଏନବିଡବ୍ଲ୍ୟୁ) ଜାରି କରାଯାଇଛି। ଏହି ନିଷ୍ପତ୍ତି ରାଜ୍ୟର ଲୋକାୟୁକ୍ତ ସ୍ବତନ୍ତ୍ର କୋର୍ଟ ଦ୍ୱାରା ନିଆଯାଇଛି। ଏକ ମାମଲାର ଶୁଣାଣି ବେଳେ ଶଶିକଳା କୋର୍ଟରେ ହାଜର ହୋଇ ନ ଥିଲେ।
ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଏକ ଜେଲରେ ବନ୍ଦୀ ଥିବାବେଳେ ତାଙ୍କୁ “ଭିଆଇପି ଟ୍ରିଟମେଣ୍ଟ” ଦିଆଯାଇଥିଲା। ୨୦୧୭ରେ ବେଆଇନ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାରପାନା ଅଗ୍ରାହାରା କେନ୍ଦ୍ରୀୟ ଜେଲରେ ତାଙ୍କୁ ରଖାଯାଇଥିଲା।

ଶଶିକଳାଙ୍କ ସହ ତାଙ୍କ ଭାଉଜ ଇଲାଭାରାସୀଙ୍କ ବିରୋଧରେ ମଧ୍ୟ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି। ଏଥିସହ ପୂର୍ବ ଅନ୍ନାମୁଦ୍ରିକ ନେତାଙ୍କୁ ଜାମିନ ପ୍ରଦାନ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି।

Share