୪ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ନିଖିଳ ଓଡ଼ିଶା ୬୬୨(+୨ ଓ +୩)ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖା ପକ୍ଷରୁ ୪ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସନ୍ତା ୨୦ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ସଂଘର ନିଷ୍ପତ୍ତି ଅନୁଯାୟୀ, ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ସମାନ ଗ୍ରେଡ୍‌ ପେ’କୁ ସମାନ ଦରମା ପ୍ରଦାନ,ସମସ୍ତଙ୍କୁ ପେନ୍‌ସନ୍‌ ଓ ଅବସରକାଳୀନ ରାଶି ପ୍ରଦାନ,୨୦୧୮ ଜିଓର କର୍ମଚାରୀଙ୍କୁ ସପ୍ତମ ବେତନ ଦରମା ପ୍ରଦାନ, ବିଭିନ୍ନ ଅସଙ୍ଗତିରେ ବାଦ୍‌ ପଡ଼ିଥିବା କର୍ମଚାରୀଙ୍କୁ ଦରମା ପ୍ରଦାନ କରିବା ନେଇ ଦାବିରେ ଉଲ୍ଲେଖ ରହିଛି। ଜିଲା ସଂଘର ସଭାପତି ଡ. ଅସୀମା ସାହୁ, ରାଜ୍ୟ ଉପ ସଭାପତି ସଂଗ୍ରାମ କେଶରୀ ମଲ୍ଲିକ, ଗୁଣାକର ଦାଶ,ମନୋଜ କୁମାର ସାହୁ, ଗୋପୀନାଥ ବିଶ୍ବାଳ,ଚନ୍ଦ୍ର ଶେଖର ମହାନ୍ତ, ଲିପି ରେଖା ପଣ୍ଡା, ଦୁର୍ଗାଶଙ୍କର ଗାନ୍ଧୀ, ଅଶୋକ କୁମାର ସାହୁ, ସୁଧାଂଶୁ ମଙ୍ଗରାଜ,ଗିରିଜା ଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ଅଧ୍ୟାପିକା/ଅଧ୍ୟାପକମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ଯୁଦ୍ଧ ହେଲେ କେତେଦିନ ତିଷ୍ଠି ପାରିବ ପାକିସ୍ତାନ? PAK ଏକ୍ସପର୍ଟ କମର ଚିମା କହିଲେ…

ଇସଲାମାବାଦ,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ପାକିସ୍ତାନ ବହୁତ ଚିନ୍ତିତ ଥିବା ପରି ମନେ ହେଉଛି। ବିଶେଷକରି ଭାରତୀୟ ସେନାର ଯୁଦ୍ଧ...

ଫସଲ ଉଜାଡ଼ିଲା କାଳବୈଶାଖୀ: ଝଡ଼ି ପଡ଼ିଛି ଅମଳକ୍ଷମ ଧାନ, ଚାଷୀ ଚିନ୍ତିତ

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଳ୍ପଦିନ ପରେ ରବିଧାନ ଅମଳ ଆରମ୍ଭ ହେବ। କିନ୍ତୁ ଏବେ କାଳବୈଶାଖୀ ଜିଲାର ଚାଷୀଙ୍କ ପାଇଁ କାଳ ସାଜିଛି। ଏହାର...

‘ଜବାବ ପାଇଁ ପ୍ରସ୍ତୁତ ରହୁ ପାକିସ୍ତାନ, ଯଦି ରକ୍ତପାତ ହେବ ତ…’, ବିଲାଓ୍ବଲ ଭୁଟ୍ଟୋଙ୍କୁ ଥରୁରଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୨୮।୪: ପହଲଗାମ ଆକ୍ରମଣ ଉପରେ କଂଗ୍ରେସ ନେତା ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି। ଶଶି ଥରୁର କହିଥିଲେ, ‘ମୁଁ ଭାବୁଛି ଏହା ସ୍ପଷ୍ଟ ଯେ ଏକ...

କାନାଡାରେ Pahalgam Attackକୁ ନେଇ ସାମ୍ନା ସାମ୍ନି ହେଲେ ଭାରତ-ପାକ ଜନତା

ଲଣ୍ଡନ,୨୮।୪: ପହଲଗାମ ଆକ୍ରମଣକୁ ନେଇ ଲଣ୍ଡନରେ ପ୍ରତିବାଦ ଜାରି ରହିଛି। Pahalgam Attack ପରେ ‘ଭାରତୀୟ ପ୍ରଚାର’ ବୋଲି କୁହାଯାଉଥିବା ପାକିସ୍ତାନୀ ପ୍ରତିବାଦର ପ୍ରତିବାଦ କରିବା...

ସୁନା ବ୍ୟବସାୟୀଙ୍କୁ ମାଡ଼ ମାରି ଗହଣା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ସାହୁ ଜୁଏଲାରୀ ଓ୍ବର୍କସପ୍‌ ମାଲିକ ଦୀପକ ସାହୁଙ୍କୁ ମାଡ଼ ମାରି ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର...

କମ୍ପାନୀରୁ ଶ୍ରମିକଙ୍କୁ ଆଣି ଆସୁଥିବାବେଳେ ଓଲଟିଲା ବସ୍‌: ଜଣେ ମୃତ

ସୁନ୍ଦରଗଡ଼,୨୮ା୪(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଏନ୍‌ଟିପିସି ଡୁଲଙ୍ଗା କୋଇଲା ଖଣି ଭିତରେ ବସ୍‌ ଦୁର୍ଘଟଣା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ପାକିସ୍ତାନକୁ ଆଇନା ଦେଖାଇଲେ ଓଓ୍ବାଇସି, Pahalgam Attackକୁ ନେଇ କହିଲେ ତୁମେ ଭାରତଠାରୁ ଅଧ ଘଣ୍ଟା ନୁହେଁ, ଅଧା ଶତାବ୍ଦୀ ପଛରେ ଅଛ

ନୂଆଦିଲ୍ଲୀ,୨୮।୪: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ଓୱାଇସି ପାକିସ୍ତାନକୁ କହିଥିଲେ ଯେ ତୁମେ ଭାରତଠାରୁ ଅଧା ଶତାବ୍ଦୀ ପଛରେ...

‘ପହଲଗାମ ଆକ୍ରମଣ ଭାରତ ନିଜେ କରି ଆମକୁ ବଦନାମ କରୁଛି’

ଇସଲାମାବାଦ,୨୮ା୪: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏବେ ଲାଗୁଛି ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image