୪ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ନିଖିଳ ଓଡ଼ିଶା ୬୬୨(+୨ ଓ +୩)ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖା ପକ୍ଷରୁ ୪ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସନ୍ତା ୨୦ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ସଂଘର ନିଷ୍ପତ୍ତି ଅନୁଯାୟୀ, ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ସମାନ ଗ୍ରେଡ୍‌ ପେ’କୁ ସମାନ ଦରମା ପ୍ରଦାନ,ସମସ୍ତଙ୍କୁ ପେନ୍‌ସନ୍‌ ଓ ଅବସରକାଳୀନ ରାଶି ପ୍ରଦାନ,୨୦୧୮ ଜିଓର କର୍ମଚାରୀଙ୍କୁ ସପ୍ତମ ବେତନ ଦରମା ପ୍ରଦାନ, ବିଭିନ୍ନ ଅସଙ୍ଗତିରେ ବାଦ୍‌ ପଡ଼ିଥିବା କର୍ମଚାରୀଙ୍କୁ ଦରମା ପ୍ରଦାନ କରିବା ନେଇ ଦାବିରେ ଉଲ୍ଲେଖ ରହିଛି। ଜିଲା ସଂଘର ସଭାପତି ଡ. ଅସୀମା ସାହୁ, ରାଜ୍ୟ ଉପ ସଭାପତି ସଂଗ୍ରାମ କେଶରୀ ମଲ୍ଲିକ, ଗୁଣାକର ଦାଶ,ମନୋଜ କୁମାର ସାହୁ, ଗୋପୀନାଥ ବିଶ୍ବାଳ,ଚନ୍ଦ୍ର ଶେଖର ମହାନ୍ତ, ଲିପି ରେଖା ପଣ୍ଡା, ଦୁର୍ଗାଶଙ୍କର ଗାନ୍ଧୀ, ଅଶୋକ କୁମାର ସାହୁ, ସୁଧାଂଶୁ ମଙ୍ଗରାଜ,ଗିରିଜା ଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ଅଧ୍ୟାପିକା/ଅଧ୍ୟାପକମାନେ ସାମିଲ ଥିଲେ।

Share