ପଦ୍ମପୁର,୪।୮(ଡି.ଏନ.ଏ.)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚକ୍ଷୁ ସହାୟକଭାବେ କାର୍ଯ୍ୟରତ କିଶୋର ପ୍ରଧାନଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମେଲଛାମୁଣ୍ଡା ଥାନା ଟାଲ ଗ୍ରାମରେ ରହିଥିବା ତାଙ୍କ ପୈତୃକ ବାସଭବନ ଏବଂ ପଦ୍ମପୁର କଲେଜ ରୋଡସ୍ଥିତ ବାସଭବନରେ ଏକକାଳୀନ ଏହି ଚଢାଉ ଚାଲିଛି। ଚଢାଉ ଜାରି ରହିଥିବା ଯୋଗୁ ସମ୍ପତ୍ତି ଆକଳନ ନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ।