ଗଞ୍ଜାମ,୩୦ା୧୧(ଡି.ଏନ୍.ଏ.): ଗଞ୍ଜାମ କଲେଜରେ ବୁଧବାର କିଛି ଅଣ ଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ଓ ଅଧ୍ୟାପିକା /ଅଧ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l କିନ୍ତୁ କିଛି ଅଘଟଣ ପୂର୍ବରୁ ପୋଲିସ ଦୁଇଜଣ ଅଣଛାତ୍ରଙ୍କୁ ଉଠାଇ ଥାନାରେ ଅଟକ ରଖିଛି l ତଦନ୍ତ ବେଳେ ଦୁଇଜଣ ଛାତ୍ର ନାବାଳକ ଥିବା ଏବଂ ସେମାନେ ଛତ୍ରପୁର କଲେଜର ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ଜଣାପଡ଼ିଛି l ସେମାନେ ଗଞ୍ଜାମ କଲେଜକୁ ସେମାନେ ସେମାନଙ୍କ ସାଙ୍ଗ ସହ ମିଶିବାକୁ ଆସିଥିବା ପୋଲିସ ତଦନ୍ତ ବେଳେ ଜଣାପଡ଼ିଛି। ଅନ୍ୟପଟେ ର଼୍ୟାଗିଂ ଘଟଣାକୁ ଅସ୍ବୀକାର କରିଛି ଗଞ୍ଜାମ ପୋଲିସ। ଉଭୟ ଛାତ୍ରଙ୍କ ଅଭିଭାବକଙ୍କୁ ଗଞ୍ଜାମ ଥାନା ପକ୍ଷରୁ ଡକାଯାଇଛି। ଜଣେ ଛାତ୍ରଙ୍କ ଅଭିଭାବକ ଥାନାକୁ ଆସିଲେ ମଧ୍ୟ ଆଉ ଜଣେ ଛାତ୍ରଙ୍କ ଅଭିଭାବକ ଆସି ନ ଥିବାରୁ ସେମାନଙ୍କୁ ଅଟକ ରଖାଯାଇଥିବା ଥାନା ସେକେଣ୍ଡ ଅଫିସର ଅଜିତ ପରିଡ଼ା ସୂଚନା ଦେଇଛନ୍ତ।