Advertisement

‘ଦର୍ଶକଙ୍କ ବିନା ଏସବୁ ସମ୍ଭବ ନୁହେଁ’

‘ଗଙ୍ଗୁବାଈ କାଠିଆୱାଡି’ରେ ଅଭିନୟ ପାଇଁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଆଲିଆ ଭଟ୍ଟଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। କ୍ରିତି ସାନନଙ୍କୁ ସହ ମିଳିତ ଭାବେ ଆଲିଆଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆନନ୍ଦିତ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ, କ୍ରୁ, ତାଙ୍କ ପରିବାର ଏବଂ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ।
କୃତଜ୍ଞତା ଜଣାଇବାବେଳେ ଆଲିଆ ଏହି ବିଜୟକୁ ଦର୍ଶକଙ୍କ ନିକଟରେ ଉତ୍ସର୍ଗ କରିଥିଲେ। ସେ କହିଥିଲେ, ସେମାନଙ୍କ ବିନା ଫିଲ୍ମ ସଫଳ ହୋଇ ନ ଥାନ୍ତା। ପ୍ରସିଦ୍ଧ ଗାଙ୍ଗୁ ପୋଜରେ ନିଜର କିଛି ଫଟୋ ଶେୟାର କରି ଅଭିନେତ୍ରୀ ଲେଖିଥିଲେ,ସଞ୍ଜୟ ସାରଙ୍କୁ… ସମଗ୍ର ଟିମ୍‌କୁ.. ମୋ ପରିବାରକୁ… ମୋ ଦର୍ଶକ ପାଇଁ ଏହି ଜାତୀୟ ପୁରସ୍କାର। ମୁଁ ବହୁତ କୃତଜ୍ଞ। ଦର୍ଶକଙ୍କ ବିନା ଏସବୁ ହୋଇ ପାରି ନ ଥାନ୍ତା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share