ମୁମ୍ବାଇ: ୨୦୦ କୋଟି ଠକେଇ ଟଙ୍କା ଏବଂ ସୁକେଶ ଚନ୍ଦ୍ରଶେଖର ମାମଲାରେ ନୋରା ଫତେହି ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କୁ ପୂର୍ବରୁ ଅନେକ ଥର ପଚରାଉଚରା କରାଯାଇଥିଲା। ତେବେ ଆଜି ପୁଣି ଥରେ ସେ ଇଡିରେ ହାଜର ହୋଇଛନ୍ତି। ନୋରାଙ୍କଠାରୁ ଆଉ କିଛି ନୂତନ ତଥ୍ୟ ହାସଲ କରିପାରେ ଇଡି।
ପୂର୍ବରୁ ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ଅଭିନେତ୍ରୀ ଲୀନା ମାରିଆ ପାଲଙ୍କୁ ତିନି ଦିନିଆ ଇଡି ରିମାଣ୍ଡରେ ନିଆଯାଇଥିଲା। ଉଭୟଙ୍କୁ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିଲା।