ପୋଷାକ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲେ ସଲମାନ୍‌ଙ୍କ ଏହି ଅଭିନେତ୍ରୀ

ଫିଲ୍ମ ‘ବାହୁବଳୀ’ର ଗୀତ ‘ମନୋହରୀ’ରୁ ପ୍ରସିଦ୍ଧ ଲାଭ କରିଥିବା ଅଭିନେତ୍ରୀ ନୋରା ଫତେହି ଅନେକ ସମୟରେ ତାଙ୍କର ଡ୍ୟାନ୍ସ ଭିଡିଓ ସୋସିଆଏ ମିଡିଆରେ ଶେୟାର କରିଥାନ୍ତି। ଆଜି ହେଉଛି ନୋରାଙ୍କର ଜନ୍ମଦିନ। ୬ ଫେବୃୟାରୀ, ୧୯୯୨ରେ କାନାଡାରେ ଜନ୍ମଗ୍ରହଣ କରିଥିବା ନୋରା ଇତିମଧ୍ୟରେ ୨୯ ବର୍ଷର ହୋଇଯାଇଛନ୍ତି। ନିଜ ଡ୍ୟାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ନୋରା ଏକଦା ବ୍ୟାଙ୍କକର ସ୍ଥାନୀୟ ବଜାରରେ ପୋଷାକ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା। ଭିଡିଓରେ ନୋରା ତଳେ ବସି ଲୋକଙ୍କୁ ପୋଷାକ ଦେଖାଉଥିଲେ। ଏହି ଅବସରରେ ସେ ପିଚ୍‌ ରଙ୍ଗର ଏକ ଟି-ସାର୍ଟ ପିନ୍ଧିଥିବା ବେଳେ ତାଙ୍କ ନିକଟରେ ପୋଷାକ ଗଦା ହୋଇଥିଲା। ଏହି ଭିଡିଓକୁ ଦେଖିବା ପରେ ନୋରାଙ୍କ ପ୍ରଶଂସକମାନେ ବିଶ୍ୱାସ ମଧ୍ୟ କରିପାରି ନ ଥିଲେ। ତାଙ୍କୁ ଏପରି କାମ କାହିଁକି କରିବାକୁ ପଡ଼ିଲା ବୋଲି ଅନେକ ପ୍ରଶ୍ନ ମଧ୍ୟ କରୁଛନ୍ତି।
‘ରୋର୍‌: ଟାଇଗର ଅଫ୍‌ ସୁନ୍ଦରବନ’ରୁ ନୋରା ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଟଲିଉଡ୍‌ରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ବିଗ୍‌ ବସ୍‌-୯ରେ ଦେଖିବାକୁ ମିଳିଥିଲା। ଏହି ରିଆଲିଟି ଶୋ’ରୁ ସେ ଲୋକପ୍ରିୟ ହୋଇପାରିଥିଲେ।

Share