ପରିବାର ସହ ଦୀପାବଳି ପାଳିଲେ ନୋରା: ଭିଡିଓ ଭାଇରାଲ

ମୁମ୍ବାଇ: ନୋରା ଫତେହି । ବର୍ତ୍ତମାନ ବଲିଉଡ୍ ଦୁନିଆର ଏକ ଚର୍ଚ୍ଚିତ ନାଁ । ନିଜର ଡ୍ୟାନ୍ସ ଓ ବୋଲ୍ଡ ଅନ୍ଦାଜ ପାଇଁ ସେ ଏବେ ଖୁବ୍ ଚର୍ଚ୍ଚିତ । ନିକଟରେ ପାଳନ କରାଯାଇଥିବା ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସେ ମରକୋ ଚାଲିଯାଇଥିଲେ । ଆଉ ସେଠାରେ ସେ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ଦୀପାବଳି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନୋରା ଭିନ୍ନ ଷ୍ଟାଇଲରେ ପରିବାର ସଦସ୍ୟଙ୍କ ସହ ଡ୍ୟାନ୍ସ କରି ଖୁବ୍ ମଜା କରୁଥିବା ଦେଖାଯାଇଛି । କାନାଡାର ବାସିନ୍ଦା ନୋରା ଏଥର ମରୋକୋରେ ଦୀପାବଳି ପାଳନ କରିଛନ୍ତି । ଆଉ ତାଙ୍କର ଦୀପାବଳି ଭିଡିଓଟି ଏବେ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି । ଏଥିରେ ନୋରା ଏକ ସିପ୍ ଉପରେ ଡ୍ୟାନ୍ସ କରୁଥିବା ବେଳେ ଅନ୍ୟମାନେ ତାଙ୍କୁ ଘେରି ରହିଥିବା ଦେଖାଯାଇଛି । କନାଡାର ଝିଅ ହୋଇ ମଧ୍ୟ ନୋରା ଏବେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେବଳ ବଲିଉଡ୍ ନୁହେଁ ତେଲଗୁ ଓ ମଲାୟାଲମ ମୁଭିରେ ମଧ୍ୟ କାମ କରି ସାରିଲେଣି ନୋରା । ଖୁବ୍‌ଶୀଘ୍ର ସେ ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ନଜର ଆସିବେ ବୋଲି ଜଣାପଡିଛି ।

Share