ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେହି ଏବଂ ଜ୍ୟାକଲିନ ଫର୍ନାଣ୍ଡିଜ ଏହି ମାମଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ନୋରା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସୁକେଶଙ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ନୋରାଙ୍କୁ ଇଡି ପୂର୍ବରୁ ଜେରା କରିସାରିଛି। ବର୍ତ୍ତମାନ ଉଭୟ ବଲିଉଡ ଅଭିନେତ୍ରୀ ମୁହାଁମୁହିଁ ହୋଇଛନ୍ତି। ନୋରା ଅଭିଯୋଗ କରିଛନ୍ତି ଯେ, ତାଙ୍କ ନାମ ଭୁଲରେ ସୁକେଶଙ୍କ ସହ ଯୋଡାଯାଉଛି। ସୁକେଶଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ନାହିଁ, ବରଂ ସେ ତାଙ୍କ ସ୍ତ୍ରୀ ଲୀନାଙ୍କ ମାଧ୍ୟମରେ ତାଙ୍କୁ ଜାଣିଥିଲେ। ଏହାସହ ସୁକେଶଙ୍କଠାରୁ କୌଣସି ଉପହାର ଗ୍ରହଣ କରିନାହାନ୍ତି। ସେ ଆହୁରି କହିଛନ୍ତି, ଏହି ମାମଲାରେ ତାଙ୍କ ନାଁ ଯୋଡାଯାଇଥିବାରୁ ସମ୍ମାନହାନି ହୋଇଛି। ଏଥିପାଇଁ ସେ ଜ୍ୟାକଲିନଙ୍କ ଭୁଲ ବିବୃତ୍ତି ଏବଂ ମିଡିଆ ଟ୍ରାଏଲକୁ ଦାୟୀ କରିଛନ୍ତି। ଡିସେମ୍ବର ୧୯ରେ ପଟିଆଲା ହାଉସ କୋର୍ଟ ଏହି ମାମଲାର ଶୁଣାଣି କରିବେ।