ନୋରାଙ୍କ ଅପସରା ଲୁକ୍‌

ମୁମ୍ବାଇ: ନୋରା ଫତେହି ଏବେ ବଲିଉଡ୍‌ରେ ରାଜ କରୁଛନ୍ତି । ଏହି ଡ୍ୟାନ୍ସ କୁଇନ୍ ନିଜ ଅଭିନୟ ସହ ଡ୍ୟାନ୍ସରେ ୟଙ୍ଗଷ୍ଟରଙ୍କୁ ଦିୱାନା ବନାଉଥିବା ବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ସୋସିଆଲ ମିଡିଆରେ ରହିଛନ୍ତି ତାଙ୍କର ମିଲିୟନ ଫଲୋୟର୍ସ । ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ନିଜର କିଛି ଭିଡିଓ ଓ ଫଟୋ ଶେୟାର କରି ସମସ୍ତଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି । ତାଙ୍କର ଗ୍ଲାମରସ୍ ଲୁକ୍ ବି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ । ଏହି ବିଦେଶୀ ନାୟିକା ନିକଟରେ ଭୁମ୍ପାଲର ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହୋଇଛି । ଏଥିରେ ନୋରାଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଥିବା କେଉଁ ଅପସରା । ନୋରାଙ୍କ ଏହି ଲୁକ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ମାତ୍ର କିଛି ଘଣ୍ଟା ମଧ୍ୟରେ ହଜାର ହଜାର ଭିୟୁଜ୍ ମିଳିଛି ଏହି ଭିଡିଓକୁ । କେବଳ ଏହି ଭିଡିଓ ନୁହେଁ ନୋରା ଯେତେବେଳେ ବି ଯେଉଁ ଭିଡିଓ ପୋଷ୍ଟ କରନ୍ତି ତାହା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ଦେଇଥାଏ ।

Share