ପିଙ୍କ୍ ଗାଉନରେ କିମିଆ କଲେ ନୋରା

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ନିଜର ଭିନ୍ନ ଅନ୍ଦାଜକୁ ନେଇ ଦର୍ଶକଙ୍କ ମନ କିଣିବାରେ କିଛି ବି ଉଣା କରନ୍ତି ନାହିଁ । ନିଜ ଡ୍ୟାନ୍ସରେ ସେ ଦର୍ଶକଙ୍କୁୁ କିମିଆ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀଙ୍କ ଲୁକ୍ସ ପାଗଳ କରିଛି ୟଙ୍ଗଷ୍ଟରଙ୍କୁ । ଭିଡିଓରେ ନୋରା ଏକ ପିଙ୍କ୍ ଗାଉନରେ ନଜର ଆସିଛନ୍ତି । ସେ ଇନଷ୍ଟାଗ୍ରାମରେ ତାଙ୍କର ଏହି ଭିଡିଓଟି ଶେୟାର କରିବା ପରେ ଏବେ ବର୍ଯ୍ୟନ୍ତ ପାଖାପାଖି ୯ଲକ୍ଷ ଥର ଏହାକୁ ଦେଖି ସାରିଲେଣି ତାଙ୍କ ପ୍ରଶଂସକ । ଏକ ଆୱାର୍ଡ ସେରିମନିରେ ଯୋଗଦେବାକୁ ଯାଇଥିବା ବେଳେ ଏହି ପିଙ୍କ୍ ଗାଉନରେ ତାଙ୍କୁ ଦେଖିବାକୁ ମିଳିଛି । ତେବେ ନୋରା ଏହି ଡ୍ରେସ୍ ସହ ଯେଉଁ ଷ୍ଟାଇଲରେ ଚାଲି ଚାଲି ଆସି କାର୍‌ରେ ବସୁଛନ୍ତି ତାହା ଦର୍ଶକଙ୍କୁ ବେଶ୍ ଛୁଇଁଛି । ଏହାର କିଛି ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Share