ଚର୍ଚ୍ଚାରେ ନୋରା

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ନିଜର କ୍ୟୁଟନେସ୍ ଓ ଭିନ୍ନ ଡ୍ୟାନ୍ସ ଶୈଳୀ ପାଇଁ ଏହି ଅଭିନେତ୍ରୀ ଅଧିକାଂଶ ସମୟରେ ରହୁଛନ୍ତି ଲାଇମ ଲାଇଟରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନୋରା ଅଳ୍ପ କିଛି ସମୟ ବ୍ୟବଧାନ ମଧ୍ୟରେ ତାଙ୍କ ଡ୍ୟାନ୍ସ ଭିଡିଓ ଓ ଫଟୋ ଶେୟାର କରି ଆସିଯାଇଥାଆନ୍ତି ଚର୍ଚ୍ଚାକୁ । ଫଳରେ ଏବେ ଇନଷ୍ଟାଗ୍ରାମରେ ନୋରାଙ୍କର ଫଲୋୟର୍ସଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରି ସାରିଲାଣି । ନିକଟରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ପୁଣି ଭାଇରାଲ ହୋଇଛି । ଯେଉଁଥିରେ ସେ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଏହି ଭିଡିଓରେ ନୋରା ବିକିନି ଟପ୍ ଓ ସର୍ଟସ ପିନ୍ଧି ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଆଉ ଅଭିନେତ୍ରୀଙ୍କର ଏହି ଭିଡିଓକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି । ଏପର୍ଯ୍ୟନ୍ତ ଏହାକୁ ୧୭ ଲକ୍ଷରୁ ଅଧିକ ଥର ଲାଇକ୍ କରାଯାଇ ସାରିଲାଣି । ଡ୍ୟାନ୍ସ ସହ ନୋରାଙ୍କ ଏକ୍ସପ୍ରେଶନ ଦର୍ଶକଙ୍କୁ ଦିୱାନା କରିଛି । ଇଂରାଜୀ ଗୀତ ‘ୱାନ ଡ୍ୟାନ୍ସ’ରେ ଏହି ଭିଡିଓରେ ଝୁମିଛନ୍ତି ନୋରା । ଏହି ଭିଡିଓକୁ ଶେୟାର କରିବା ସହ ସେ କ୍ୟାପଶନରେ ଲେଖିଛନ୍ତି ‘ସମର ଟାଇମ ଭାଇବସ୍‌… ବ୍ୟାକ ଅପ୍ ଆଣ୍ଡ ୱାଇନ୍ ଇଟ୍‌’ । ନିଜର ହଟ୍ ଡ୍ୟାନ୍ସ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୋରାଙ୍କର ଏହି ଭିଡିଓକୁ ଏବେ ଲକ୍ଷ ଲକ୍ଷ ଭିୟୁଜ ମିିଳି ସାରିଲାଣି । ବଲିଉଡ୍ ଦୁନିଆରେ ଡ୍ୟାନ୍ସ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୋରା ଏବେ ଖୁବ୍ ଚର୍ଚ୍ଚାରେ ।

Share