ଆଇଫା ଆୱାର୍ଡରେ ଧମାକା କରିବେ ନୋରା, ଭିଡିଓ ଭାଇରାଲ

ମୁମ୍ବାଇ: ଖୁବଶୀଘ୍ର ଘୋଷଣା ହେବ ଆଇଫା ଆୱାର୍ଡ । ଏଥର ବି ଆବୁ ଧାବିରେ ବଲିଉଡ ସେଲିବ୍ରିଟିମାନେ ନିଜ ନିଜ ଷ୍ଟାଇଲିସ ଅନ୍ଦାଜରେ ଦର୍ଶକଙ୍କ ଦିଲ ଜିତିବାକୁ ପ୍ରସ୍ତୁତ ହୋଇଗଲେଣି । ଏହାରି ଭିତରେ ଶୋ’ ହେବା ପୂର୍ବରୁ ନୋରା ଫତେହିଙ୍କ ଏକ କିଲର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ନୋରା ଆଇଫା ଷ୍ଟେଜରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ନୋରାଙ୍କ ଏହି ଡ୍ୟାନ୍ସିଂ ଭିଡିଓ ଆଇଫାର ଅଫିସିୟାଲ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି ।
ଏହାକୁ ଶେୟାର କରି କ୍ୟାପଶନରେ ଲେଖାଯାଇଛି, ନୋରା ଫତେହି ନିଶ୍ଚିତ ଭାବେ ତାଙ୍କର ଶାନଦାର ମୁଭ୍‌ସରେ ଆମ ଦିଲ ଚୋରାଇବା ଜାଣିଛନ୍ତି ଆଉ ଆମେ ତାଙ୍କୁ ଖୁବଶୀଘ୍ର ଦେଖିବାକୁ ପ୍ରସ୍ତୁତ ଅଛୁ । ଏହି ଅଦ୍ଭୁତ ଅନୁଭବକୁ ସ୍ମୃତିରେ ସାମିଲ କରିବାକୁ ହାସଟ୍ୟାଗ ଆଇଫା ୨୦୨୩ ପାଇଁ ଆପଣଙ୍କ ଟିକେଟ ବୁକ କରି ନିଅନ୍ତୁ । ସୂଚନାଯୋଗ୍ୟ, ଆଇଫା ଇଭେଣ୍ଟ ୧୦ ଓ ୧୧ ଫେବୃୟାରୀ ୨୦୨୩ରେ ଆବୁ ଧାବିର ୟାସ ଦ୍ୱିପରେ ଆୟୋଜନ କରାଯିବ । ଏଥିରେ ମ୍ୟୁଜିକ ଓ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକେ ଗୋଟିଏ ମଞ୍ଚରେ ଏକାଠି ହେବେ ।
ଦ୍ୱିତୀୟ ଥର ଲାଗି ୟାସ ଦ୍ୱିପରେ ଏହି ଶୋ’ର ଆୟୋଜନ କରାଯାଇଛି । କେବଳ ସେତିକି ନୁହେଁ ଏଥର ବି ରଣବୀର ସିଂ ଏହି ଶୋ’କୁ ହୋଷ୍ଟ କରିବେ । ଶୋ’କୁ ନେଇ ଉତ୍ସାହ ରହିଛି କାରଣ ଶୋ’ରେ ନୋରା-ରଣବୀରଙ୍କ ବ୍ୟତୀତ ସଲମାନ ଖାଁ, ବରୁଣ ଧୱନ, କରଣ ଜୋହର ଓ କ୍ରିତି ସାନନଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ବଡ କଳାକାରମାନେ ଉପସ୍ଥିତ ରହିବେ ।

Share