୨୦୦ କୋଟି ଠକେଇ ମାମଲାରେ ନିଜ ବୟାନ ଦାଖଲ କଲେ ନୋରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ନିଜର ବୟାନ ଦେଇଛନ୍ତି । ନୋରା ନିଜେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ନିକଟରେ ପହଞ୍ଚିଥିଲେ ଓ ଏହି ମାମଲାରେ ନିଜର ବୟାନ ଦେବାକୁ ଅନୁରୋଧ କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ ପଟିଆଲା ହାଉସ କୋର୍ଟରେ ନୋରାଙ୍କ ବୟାନ ରଖିଥିଲା । ନ୍ୟୁଜ ଏଜେନ୍ସି ଏଏନଆଇ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛି, ଯେଉଁଥିରେ ନୋରା ଫତେହି ପଟିଆଲା କୋର୍ଟରେ ନିଜର ବୟାନ ଦେବା ପରେ କାରରେ ବସି ଯାଉଥିବା ଦେଖାଯାଇଛି ।

ଏହା ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଇଡି କିଛିଥର ନୋରାଙ୍କୁ ପଚରା ଉଚରା କରିଛି । ନୋରା ସେତେବେଳେ କହିଥିଲେ କି ଠକ ସୁକେଶ ଚନ୍ଦ୍ରଶେଖର ନୋରାଙ୍କ ଭିଣୋଇ ବବିଙ୍କୁ ପ୍ରାୟ ୬୫ ଲକ୍ଷ ଟଙ୍କାର ଏକ ବିଏମଡବ୍ଲୁ କାର ଉପହାର ଦେଇଥିଲେ । ନୋରା ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀଙ୍କର ମୁମ୍ବାଇର ଏକ ଷ୍ଟୁଡିଓରେ ଏକ ପଙ୍କଶନରେ ଅତିଥି ଭାବେ ସାମିଲ ହୋଇଥିଲେ । ଏହି ଇଭେଣ୍ଟରେ ଆସିଥିବାରୁ ସୁକେଶ ନୋରାଙ୍କୁ ଫିଜ ପରିବର୍ତ୍ତେ ବିଏମଡବ୍ଲୁ ଭଳି ଲକଜରି କାର ଉପହାର ଦେଇଥିଲେ । ଏହାପରେ ଉଭୟ ହ୍ୱାଟସଆପ ଜରିଆରେ କଥା ହେଉଥିଲେ । ହେଲେ ସୁକେଶ ବାରମ୍ବାର ଫୋନ କରିବାରୁ ନୋରା ସୁକେଶଙ୍କ ସହ କନେକ୍ସନ କାଟି ଦେଇଥିଲେ ।

Share