ନୋରାଙ୍କ ଭିନ୍ନ ଅନ୍ଦାଜ

ମୁମ୍ବାଇ: ବଲିଉଡ୍ ନାୟିକା ନୋରା ଫତେହି ନିଜ ଡ୍ୟାନ୍ସ ମୁଭ୍‌ସ ସହିତ ନିଜର ଫ୍ୟାଶନ ସେନ୍ସକୁ ନେଇ ତିଆରି କରିଛନ୍ତିି ନିଜର ଏକ ଭିନ୍ନ ପରିଚୟ । ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ନାୟିକାଙ୍କର ସୋସିଆଲ ମିଡିଆରେ ରହିଛନ୍ତି ମିଲିୟନ୍ ଫଲୋୟର୍ସ । ଯେଉଁମାନେ ତାଙ୍କର ପ୍ରତିଟି ଷ୍ଟେପକୁ ନେଇ ଦିୱାନା ହୋଇଥାଆନ୍ତି । ଛୋଡ ଦେଙ୍ଗେ, ଓ ସାକି ସାକି, ହାୟ ଗର୍ମି ଭଳି ଗୀତରେ ନିଜର ଷ୍ଟେପସ୍‌କୁ ନେଇ ଇଣ୍ଟରନେଟର ତାପମାତ୍ରା ବଢାଇଛନ୍ତି ନୋରା । ଇତି ମଧ୍ୟରେ ନୋରାଙ୍କ ‘ଦିଲବର’ ସଙ୍ଗ ରେକର୍ଡ କରିଛି । ଏହା ୟୁଟ୍ରୁ୍ୟବରେ ୧୦୦ କୋଟି ଭ୍ୟୁଜ ପାଇଛି । ଯାହାକୁ ନେଇ ନୋରା ଖୁବ୍ ଖୁସି ଅଛନ୍ତି । ଆଉ ଏହାକୁ ସେ ଭିନ୍ନ ଅନ୍ଦାଜରେ ସେଲିବ୍ରେଟ ବି କରିଛନ୍ତି । ଏହି ଖୁସିକୁ ସେ ଟି ସିରିଜର ମେମ୍ବର ଓ କେତେଜଣ ଛୋଟ ପିଲାଙ୍କ ସହ ମନାଇଛନ୍ତି । ଯାହାର ଏକ ଭିଡିଓ ଏବେ ଦେଖିବାକୁ ମିଳିଛି । ଏଥିରେ କେତେଜଣ ସ୍କୁଲ ପିଲା ନଜର ଆସିଛନ୍ତି । ତେବେ ଟି ସିରିଜ୍ ପକ୍ଷରୁ ତାଙ୍କୁ ଏଭଳି ସରପ୍ରାଇଜ୍ ଦିଆଯାଇଛି ।

Share