ନୋରାଙ୍କ ଦେଶୀ ଅବତାର

ମୁମ୍ବାଇ: ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିସାରିଥିବା ନୋରା ଫତେହି ନିଜର ଡ୍ୟାନ୍ସ ପାଇଁ ବେଶ୍ ପରିଚିତ । ଏବେ ଏହି ଅଭିନେତ୍ରୀ ଲକ୍ଷେ ଦିଲ କି ଧଡ୍‌କନ୍ ପାଲଟି ଯାଇଛନ୍ତି । ନିଜର ଫ୍ୟାଶନ ସେନ୍ସ ଓ ଡ୍ୟାନ୍ସକୁ ଦେଖି ମତୁଆଲା ହେଉଛନ୍ତି ଯୁବବର୍ଗ । ସୋସିଆଲ ମିଡିଆରେ ତାଙ୍କର ମିଲିୟନ ଫଲୋୟର୍ସ । ଏବେ ସେ ଏକ ମ୍ୟୁଜିକ ଭିଡିଓରେ ଦେଖାଦେବାକୁ ଯାଉଛନ୍ତି । ଏହାର ଫାଷ୍ଟଲୁକ୍ ଏବେ ସାମ୍ନାକୁ ଆସିଛି । ଏହାର ଟ୍ରାକ୍ ହେଉଛି ‘ଛୋଡ ଦେଙ୍ଗେ’ ଏଥିରେ ନୋରାଙ୍କ ଦେଶୀ ଅବତାର ଦେଖିବାକୁ ମିଳିଛି । ନୋରା ହିଁ ଏହାର ଫାଷ୍ଟ ଲୁକ୍ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯେଉଁଥିରେ ସେ ଏକ ‘ବନଜାରନ’ ଭାବେ ନଜର ଆସୁଛନ୍ତି । ଖୋଲା ଲମ୍ବା କେଶ ସାଙ୍ଗକୁ ଲେହେଙ୍ଗାରେ ଆହୁରି ସୁନ୍ଦର ଲାଗୁଛନ୍ତି ନୋରା । ମୋଶନ ପୋଷ୍ଟରେ ତାଙ୍କର ଲୁକ୍ସ ପ୍ରଶଂସକଙ୍କୁ ଦିୱାନା କରିଛି । ଏହି ପୋଷ୍ଟର ଶେୟାର କରି ନୋରା ଲେଖିଛନ୍ତି ‘ବଦଲା ୪ ଫେବୃୟାରୀ କୋ ଲିୟା ଯାଏଗା । ‘ ପ୍ରକୃତରେ ଏହା ୪ ଫେବୃୟାରୀରେ ରିଲିଜ୍ ହେବ । ଆକ୍ଟ୍ରେସଙ୍କ ଏହି ଲୁକ୍ ଦେଖି ବହୁ ସଂଖ୍ୟାରେ ଫ୍ୟାନ୍ସ ନୋରାଙ୍କର ପ୍ରଶଂସା ବି କରିଛନ୍ତି । ଏହାପୂର୍ବରୁ ବି ନୋରା ଦେଶୀ ଲୁକ୍ସରେ ନଜର ଆସିଛନ୍ତି । ଶାଢିରେ ତ ତାଙ୍କର ଡ୍ୟାନ୍ସ ମତୁଆଲ କରିଛି ଦର୍ଶକଙ୍କୁ ।

Share