Advertisement

ବୋଲ୍ଡ ଲୁକ୍‌ରେ ନୋରା

ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍‌ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଏକ ବ୍ରାଲେଟ ମଧ୍ୟ ପିନ୍ଧିଛନ୍ତି। ମୋତିରେ ତିଆରି ଏକ ହାର ପିନ୍ଧିଥିବା ବେଳେ କେଶ ଖୋଲା ରଖିଛନ୍ତି। ସେ ସିଲ୍‌ଭର କଲରର ହାଇ ହିଲ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି।

ଫଟୋ ଶେୟାର କରି ନୋରା ଲାଲ୍‌ ରଙ୍ଗର ହାର୍ଟ ଇମୋଜି, ଫାୟାର ଇମୋଜି ଏବଂ ଏକ ଡକ୍‌ ଇମୋଜି ଦେଇଛନ୍ତି। ପ୍ରଥମ ଫଟୋରେ ସେ ବୋଲ୍ଡ ପୋଜ୍‌ ଦେଇଛନ୍ତି। ଦ୍ୱିତୀୟ ଫଟୋରେ ତାଙ୍କର ହଟ୍‌ ଷ୍ଟାଇଲରେ ଦେଖିବାକୁ ମିଳିଛି। ତୃତୀୟ ଫଟୋରେ ସେ ଏକ ଭିନ୍ନ ଢଙ୍ଗରେ ପୋଜ ଦେଇଛନ୍ତି। ଚତୁର୍ଥ ଫଟୋରେ ନୋରା ଆଉ ଏକ ଷ୍ଟାଇଲ୍‌ରେ ଠିଆ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share