୮ ବର୍ଷରେ ବାପାଙ୍କୁ ଅଭିନେତ୍ରୀ ହେବି କହିଥିଲେ ନୋରା, କଠୋର ହୋଇ …

ଅଭିନେତ୍ରୀ ନୋରା ଫତେହି ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ସାରା ବିଶ୍ୱରେ ପ୍ରସିଦ୍ଧ। ୨୦୧୮ରେ ତାଙ୍କର ଗୋଟିଏ ଗୀତ ତାଙ୍କୁ ବହୁତ ଉପରକୁ ନେଇ ଯାଇଥିଲା। ମାତ୍ର ଏହି ଯାତ୍ରା ଏତେଟା ସହଜ ନ ଥଲା। ପରିବାର ତରଫରୁ ତାଙ୍କୁ କୌଣସି ସମର୍ଥନ ମିଳି ନ ଥିଲା । ଯେଉଁଥିପାଇଁ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଯେତେବେଳେ ନୋରା ୮ବର୍ଷର ଥିଲେ ସେ ତାଙ୍କ ବାପାଙ୍କୁ କହିଥିଲେ ବଡ ହୋଇ ଅଭିନେତ୍ରୀ ହେବେ । ନୋରାଙ୍କ ଏକଥା ଶୁଣି ତାଙ୍କ ବାପା ରୋକଠୋକ ମନା କରିଦେଇଥିଲେ । ସେ କହିଥିଲେ ଆଉ କେବେବି ଏମିତି କଥାକହିବୁନି । ତୁ ଡାକ୍ତର ହୋ, ଶିକ୍ଷୟିତ୍ରୀ ହୋ କି ଓକିଲ ହୋ। କିନ୍ତୁ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିବୁନି।
କିନ୍ତୁ ନୋରାଙ୍କ ନାଚ ନିଶା କମ ହେବା ପରିବର୍ତ୍ତେ ବଢିବାକୁ ଲାଗିଥିଲା । ସେ ଘରେ ଲୁଚିଲୁଚି ନାଚିଲେ ଏଥିପାଇଁ ତାଙ୍କୁ ମାଡ଼, ଗାଳି ମଧ୍ୟ ଖାଇବାକୁ ପଡ଼ୁଥିଲା। ତାଙ୍କ ମା’ ତାଙ୍କ ଡ୍ୟାନ୍ସକୁ ବିରୋଧ କରୁଥିଲେ । ତାଙ୍କୁ ବହୁତ କିଛି ସହିବାକୁ ପଡ଼ିଥିଲା। ଶେଷରେ ସେ ଆଜି ସଫଳତାର ସ୍ବାଦ ଚାଖି ପାରିଛନ୍ତି।

Share