ନୋରାଙ୍କ ନୂଆ କାର୍‌

ମୁମ୍ବାଇ: ୨୦୨୦ ମସିହା ସମଗ୍ର ବିଶ୍ୱବାସୀଙ୍କୁ ନାନା ଦୁଃଖ ଓ ଯନ୍ତ୍ରଣା ଦେଇଛି ବୋଲି ଆଲୋଚନା ହେଉଛି । ହେଲେ ଏହି ୨୦୨୦ ଯିବା ବେଳକୁ ଲୋକେ ଭ୍ୟାକେଶନ ମାଧ୍ୟମରେ ନିଜର ଷ୍ଟ୍ରେସ୍ କମ୍ କରୁଥିବା ଦେଖାଯାଇଛି । କେବଳ ସେତିକି ନୁହେଁ କେତେଜଣ ନୂଆ ନୂଆ ଜିନିଷ କ୍ରୟ କରି ମଧ୍ୟ ଖୁସି ମନାଉଛନ୍ତି । ବଲିଉଡ୍ ସେଲିବ୍ରିଟି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ପରେ ଏବେ ଏଥିରେ ସାମିଲ ହୋଇଛନ୍ତି ନୋରା ଫତେହି । ଏହି କାନାଡିଆନ ଅଭିନେତ୍ରୀ ନିଜ ଡ୍ୟାନ୍ସ ମୁଭ୍‌ସକୁ ନେଇ ଦର୍ଶକଙ୍କୁ ଦିୱାନା କରୁଥିବା ବେଳେ ଏବେ ସେ କିଣିଛନ୍ତି ଏକ ନୂଆ କାର୍ । ବିଏମ୍‌ଡବ୍ଲୁ ସିଡାନ ୫ ସିରିଜର ଏକ କାର୍‌କୁ ନୋରା ଘରକୁ ଆଣି ଖୁବ୍ ଖୁସି ହୋଇଥିବା ଦେଖାଯାଇଛି । ନୋରା ଡ୍ୟାନ୍ସରେ ଯେତିକି ରୁଚି ରଖନ୍ତି ନୂଆ ନୂଆ କାର୍ ଚଢିବାକୁ ମଧ୍ୟ ସେତିକି ପସନ୍ଦ କରନ୍ତି । ଏହାପୂର୍ବରୁ ତାଙ୍କ ନିକଟରେ ମର୍ସିଡିଜ ବେଞ୍ଜ ମଧ୍ୟ ରହିଛି । ଏବେ ନୋରା ବିଏମ୍ ଡବ୍ଲୁ ୫ ସିରିଜର ଯେଉଁ କାର୍ କିଣିଛନ୍ତି ତା’ର ମୂଲ୍ୟ ରହିଛି ୫୫.୪୦ ଲକ୍ଷ ଟଙ୍କାରୁ ୬୮.୩୯ ମଧ୍ୟରେ । ନୋରା ତାଙ୍କ ନୂଆ କାର୍ କିଣିବା ପରେ ବିଏମ୍‌ଡବ୍ଲୁ ଇଣ୍ଡିଆର ଅଫିସିୟାଲ ସାଇଟରେ ନୋରାଙ୍କ ଫଟୋ ଇନଷ୍ଟାଗାମରେ ଶେୟାର କରାଯାଇଛି ।

Share