ବାଇଡେନଙ୍କ ନିର୍ଦ୍ଦେଶରେ ନର୍ଡ ଷ୍ଟ୍ରିମ୍‌ ଉପରେ ହୋଇଛି ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୩।୧୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଦାବି କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବରରେ ବ୍ରିଟେନ ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ଉପରେ ଆକ୍ରମଣ ହୋଇଥିଲା। ପେସ୍କୋଭ କହିଛନ୍ତି ଯେ ରୁଷିଆର ଗୁପ୍ତଚର ସଂସ୍ଥାର ଅଧିକାରୀମାନେ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ମୋବାଇଲ ଫୋନରୁ ଏହି ତଥ୍ୟ ମିଳିଛି।

ପେସ୍କୋଭଙ୍କ ଅନୁଯାୟୀ, ରୁଷିଆ ପୂର୍ବରୁ କହିଛି ଯେ ଜର୍ମାନୀ ନିକଟରେ ଏହି ସେପ୍ଟେମ୍ବରରେ ହୋଇଥିବା ଆକ୍ରମଣରେ ବ୍ରିଟିଶ ସାମରିକ ବିଶେଷଜ୍ଞମାନେ ଜଡିତ ଥିଲେ, କିନ୍ତୁ ଟ୍ରସଙ୍କ ଫୋନ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଆମେରିକା ଏବଂ ବ୍ରିଟେନ ମିଳିତ ଭାବେ ଏହି ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଆକ୍ରମଣ ପରେ ସଙ୍ଗେ ସଙ୍ଗେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଆମେରିକାର ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ମେସେଜ କରିଥିଲେ, ଇଟସ୍‌ ଡନ(ଏହା ସମାପ୍ତ ହୋଇଛି)।

ତେବେ ରୁଷିଆର ଅଭିଯୋଗକୁ ଉଭୟ ବ୍ରିଟେନ ଏବଂ ଆମେରିକା ଖଣ୍ଡନ କରିଛନ୍ତି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲି କହିଛନ୍ତି, ରୁଷିଆ ପରାଜୟ ସ୍ବୀକାର କରିବାରେ ଅସମର୍ଥ। ବ୍ରିଟେନ ଆଉ ରୁଷିଆର ଏହି କୂଟନୀତିରେ ଆଉ ଫଶିବାକୁ ଚାହୁଁନାହିଁ। ଯୁଦ୍ଧରେ ପରାଜୟରୁ ଧ୍ୟାନ ହଟାଇବ ପାଇଁ ରୁଷିଆ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏଭଳି ଉଦ୍ୟମ କରୁଛି।

ଏଥି ସହିତ ଜଣେ ବ୍ରିଟିଶ ଅଧିକାରୀ ଟ୍ରସଙ୍କ ଫୋନ ହ୍ୟାକ ହୋଇଥିବା କଥା ସ୍ବୀକାର କରି କହିଛନ୍ତି ଯେ ଟ୍ରସ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏହା କରାଯାଇଥିଲା। ସେତେବେଳକୁ ଟ୍ରସ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଥିଲେ ଏବଂ ନର୍ଡ ଷ୍ଟ୍ରିମ ଉପରେ ଆକ୍ରମଣ କରାଯାଇ ହୋଇ ନ ଥିଲା।

Share