Categories: ଜାତୀୟ

ପୂର୍ବ ଇମ୍ଫାଲର ଦୁଇଟି ଅଞ୍ଚଳରେ ଗୁଳିକାଣ୍ଡ

ଇମ୍ଫାଲ,୨୩।୬: ମଣିପୁରର ପୂର୍ବ ଇମ୍ଫାଲର ୟେଙ୍ଗଙ୍ଗପୋକପ ଜିଲାର ନୁଇଟି ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଶୁକ୍ରବାର ଅପରାହ୍ନରେ ଉରାଙ୍ଗପଟ ଏବଂ ଗ୍ବାଲଟବି ଗ୍ରାମରେ କିଛି ବୁନ୍ଧୁକଧାରୀ ଗୁଳି ଚଳାଇଥିଲେ। ଏହି ଗାଁରେ ନିୟୋଜିତ ସୁରକ୍ଷା ବାହିନୀର ସୈନ୍ୟମାନେ ବନ୍ଧୁକଧାରୀଙ୍କୁ କଡା ଜବାବ ଦେଇଥିଲେ। ଗୁଳିକାଣ୍ଡ ପରେ ତଦନ୍ତ ସମୟରେ ସୁରକ୍ଷା ବାହିନୀ ଗୋଟିଏ ଇନସାସ ହାଲୁକା ମେସିନ ବନ୍ଧୁକ ଏବଂ ଇନସାଂସ ରାଇଫଲ ଉଦ୍ଧାର କରିଛନ୍ତି।

Share