ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ଋଷିଆ, ଚାଇନା

ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ଋଷିଆ ଓ ଚାଇନାରା ପ୍ରତିନିଧି। ଆମେରିକା ସହିତ ବଢୁଥିବା ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଉତ୍ତର କୋରିଆ ଋଷିଆ ଓ ଚାଇନା ସହ ସୁସମ୍ପର୍କ ବଢାଇବା ପାଇଁ ଉଭୟ ଦେଶର ପ୍ରତିନିଧି ଓ କଳାକାରମାନଙ୍କୁ ଏକ ପାରାମିଲିଟାରୀ ପରେଡରେ ନିମନ୍ତ୍ରଣ କରିଛି। ଆଶା କରାଯାଉଛି ଯେ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ସହ ଉଭୟ ଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଆଲୋଚନା କରିପାରନ୍ତି। ଆମେରିକୀୟ ଗଣମାଧ୍ୟମରେ ପ୍ରକାଶିତ କିଛି ଖବର ଅନୁଯାୟୀ ଏହି ବୈଠକ ଆସନ୍ତା ସପ୍ତାହ ସୁଦ୍ଧା ହୋଇପାରେ।

Share