୧୧ ଦିନ ପାଇଁ ଏଠି ହସିବା ମନା

ପ୍ୟୋଙ୍ଗୟାଙ୍ଗ,୧୭।୧୨: ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ଉତ୍ତର କୋରିଆ ନାମରେ ମଧ୍ୟ ଜଣାଶୁଣା। ତେବେ ସେଠାକାର ପୂର୍ବତନ ନେତା କିମ୍‌ ଜଙ୍ଗ-ଇଲଙ୍କ ଶୁକ୍ରବାର ଦଶମ ବାର୍ଷିକୀ। ସେଥିପାଇଁ ୧୧ ଦିନ ପାଇଁ ନାଗରିକମାନଙ୍କୁ ହସିବା, ଶପିଂ କରିବା ଏବଂ ମଦ ପିଇବାକୁ ବାରଣ କରାଯାଇଛି।

କିମ୍‌ ଜଙ୍ଗ-ଇଲ ୧୯୯୪ ରୁ ୨୦୧୧ ପର୍ଯ୍ୟନ୍ତ ଉତ୍ତର କୋରିଆର ଶାସନ କରିଥିଲେ। ୧୭ ଡିସେମ୍ବର ୨୦୧୧ରେ ୬୯ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସାନପୁଅ କିମ୍‌ ଜଙ୍ଗ-ଉନ ଏବେ ଶାସନ କ୍ଷମତାରେ ଅଛନ୍ତି। ୧୧ ଦିନ ଏହି ସବୁ ମାନିବାକୁ ପଡିବ ବୋଲି କିମ୍‌ ଜଙ୍ଗ -ଉନ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେଉଁ ନାଗରିକ ଯଦି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ ଗିରଫ କରାଯିବ। ଏପରିକି ବିବାହ ଏବଂ ଜନ୍ମଦିନ ପାଳନ ଉପରେ ମଧ୍ୟ ବାରଣ କରାଯାଇଛି । କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଲେ ମଧ୍ୟ ଚିତ୍କାର କରି କାନ୍ଦି ପାରିବେ ନାହିଁ। ଏହା ବ୍ୟତୀତ କିମ୍‌ ଜନଙ୍କ ଶୋକ ଅବଧି ସରିବା ପରେ ଯାଇ ମୃତକଙ୍କ ଅନ୍ତିମ ସତ୍କାର କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

 

Share