ଉତ୍ତର କୋରିଆକୁ ଆମେରିକା-ଜାପାନର ଭର୍ତ୍ସନା

ସିଓଲ,୮ା୬: କରୋନା ମହାମାରୀ ପରି ଖରାପ ସମୟରେ ଉତ୍ତର କୋରିଆ ଗୋଟେ ପରେ ଗୋଟେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଚାଲିଛି। ଏନେଇ ଦକ୍ଷିଣ କୋରିଆ, ଆମେରିକା ସମେତ ଜାପାନ ଉତ୍ତର କୋରିଆକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସେମାନେ କହିଛନ୍ତି, ଏହି କାର୍ଯ୍ୟ ଅତ୍ୟନ୍ତ ଗମ୍ଭୀର, ବେଆଇନ ଏବଂ ଉତ୍ତେଜକ ଅଟେ। ଏହି ଦେଶଗୁଡ଼ିକ ପ୍ୟୋଙ୍ଗୟାଙ୍ଗକୁ କରୋନା ନିବେଦନ କରିଛନ୍ତି କି, ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ରୁହ ଏବଂ କରୋନା ସହାୟତାକୁ ସ୍ବୀକାର କର।

ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ପ୍ରତିନିଧିମାନେ ସିଓଲରେ ମିଳିତ ବୈଠକ କରିଥିଲେ। ଏହି ବୈଠକର ମାତ୍ର ତିନି ଦିନ ପରେ ଉତ୍ତର କୋରିଆ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଦକ୍ଷିଣ କୋରିଆର ରାଷ୍ଟ୍ରପତି ସ୍ତରରେ ୩ ଦେଶ ସହିତ ନିରନ୍ତର ବୈଠକ ପରେ ମଧ୍ୟ ଉତ୍ତର କୋରିଆ ଏହାର ଅଭ୍ୟାସକୁ ପ୍ରତିହତ କରୁନାହିଁ। ଯେତେବେଳେ ଏହି ବୈଠକ କରାଯାଉଛି ଏହାର ଠିକ୍‌ ପରେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। ଏନେଇ ଅନ୍ୟ ଦେଶମାନେ ତ୍ରୀବ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଉତ୍ତର କୋରିଆକୁ କ୍ଷେପଣାସ୍ତ୍ର ପରୀକ୍ଷା ଛାଡ଼ିବାକୁ କହିଛନ୍ତି।

Share